No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ଆଜି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ସଂସ୍କୃତି ନିର୍ଦ୍ଦେଶାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ନିର୍ଦ୍ଦେଶକ ଶ୍ରୀ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଆଜିର ବିଦାୟକାଳୀନ ସମାରୋହରେ ଶ୍ରୀ ରାଉତରାଏ କହିଥିଲେ ଯେ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ହେଉଛି ଆମ ସମସ୍ତଙ୍କ ଗରିମା ଓ ସ୍ୱାଭିମାନ। ଏହି ଓଡ଼ିଆ ସ୍ୱାଭିମାନ କୁ ବଜାୟ ରଖିବା ତଥା ଲୋକକଳା ଓ ସଂସ୍କୃତିର ବହୁଳ ପ୍ରଚାର ପ୍ରସାରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଏହି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି । ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ଏଥିସହିତ ଆଜିର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଭାଗରେ କାର୍ଯ୍ୟରତ ଅଧିକାରୀମାନେ ଶ୍ରୀ ରାଉତରାଏଙ୍କ ସହିତ ଥିବା ନିଜର ବୃତ୍ତିଗତ ଅନୁଭୂତି ସମ୍ପର୍କରେ ଅଭିଭାଷଣ ରଖିଥିଲେ । ଏଥିସହିତ ବିଭାଗ ତରଫରୁ ନିର୍ଦ୍ଦେଶକଙ୍କ ସମଗ୍ର କାର୍ଯ୍ୟାବଳୀକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା । ସମଗ୍ର ସଭା ଏକ ଭାବପୂର୍ଣ୍ଣ ବାତାବରଣରେ ପରିପୂର୍ଣ୍ଣ ଥିଲା । ନିର୍ଦ୍ଦେଶକଙ୍କ ର କର୍ମଚାରୀ ମାନଙ୍କ ପ୍ରତିଥିବା ଶ୍ରଦ୍ଧା ଓ କର୍ମଚାରୀ ମାନଙ୍କର ନିର୍ଦ୍ଦେଶକ ଙ୍କ ପ୍ରତି ଥିବା ସମ୍ମାନ ସଭାର ଗମ୍ଭୀରତାରୁ ସ୍ପଷ୍ଟ ଅନୁଭବ କରିହେଉଥିଲା ।
ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ରାମହରି ଜେନା, ବିଶିଷ୍ଟ ଫୋଟଗ୍ରାଫର ଶ୍ରୀ ଆଶିଷ ଧର, କେନ୍ଦ୍ର ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଂଯୋଜକ ଶ୍ରୀ ମିହିର ସାହୁ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।
No Result
View All Result