No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆଇ.ସି.ଏମ୍.ଏ.ଆଇ-ଭୁବନେଶ୍ୱର ଚାପ୍ଟର ନୟାପଲ୍ଲୀସ୍ଥିତ ସି.ଏମ୍.ଏ ଭବନଠାରେ “ଲାଟେଷ୍ଟ ଡେଭେଲୋପମେଚା୍ ଇନ୍ ଦ କଷ୍ଟ୍ ଅଡ଼ିଟ୍ ଫ୍ରେମ୍ୱାର୍କ ଏଣ୍ଡ ଏ.ବି.ସି ଫର୍ ମେଚୋନାନ୍ସ ଅଫ୍ କଷ୍ଟ ରେକର୍ଡସ୍ ଏଣ୍ଡ୍ କଷ୍ଟ୍ ଅଡିଟ୍” ଶୀର୍ଷକ ଏକ ସେମିନାର ସଫଳତାର ସହିତ ସମାପନ ହୋଇଯାଇଅଛି । ଉକ୍ତ ସେମିନାରଟିକୁ ଭୁବନେଶ୍ୱର (ଏକାମ୍ର) ନିର୍ବାଚନମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାର ଶୁଭ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସି.ଏମ.ଏ ବିଭୂତି ଭୂଷଣ ନାୟକ, ସଭାପତି, ଆଇ.ସି.ଏମ.ଏ.ଆଇ, ସି.ଏମ୍.ଏ ଟି.ସି.ଏ ଶ୍ରୀନିଭାସ ପ୍ରସାଦ, ଉପସଭାପତି, ଆଇ.ସି.ଏମ.ଏ.ଆଇ, ସି.ଏମ୍.ଏ ନିରଜ ଡି. ଯୋଶୀ, କାଉନସିଲ ମେମ୍ବର,
ଆଇ.ସି.ଏମ.ଏ.ଆଇ, ସି.ଏମ୍.ଏ ଉଚାମ କୁମାର ନାୟକ, ପୂର୍ବତନ ଅଧ୍ୟକ୍ଷ ତଥା ସଦସ୍ୟ, ଆଇ.ସି.ଏମ. ଏ.ଆଇଇ. ଆଇ.ଆର୍.ସି, ସି.ଏମ୍.ଏ ଦାମୋଦର ମିଶ୍ର, ସମ୍ପାଦକ ଆଇ.ସି.ଏମ.ଏ.ଆଇ-ଇ.ଆଇ.ଆର୍.ସି ପ୍ରମୁଖ ଉଦ୍ଘାଟନୀ ଉତ୍ସବରେ ଯୋଗଦାନ କରିଥିଲେ । ସି.ଏମ.ଏ ରମେଶ ଚନ୍ଦ୍ର ପାତ୍ର, ଅଧ୍ୟକ୍ଷ, ଭୁବନେଶ୍ୱର ଚାପ୍ଟର ସ୍ୱାଗତ ଭାଷଣ ଦେଇଥିବା ବେଳେ, ସି.ଏମ୍.ଏ ବରଦା ପ୍ରସନ୍ନ ନାୟକ, ଚାପ୍ଟରର ସମ୍ପାଦକ ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ । ସି.ଏମ୍.ଏ ଅବିନାଶ କୋଟ୍ନି, ଚାପ୍ଟରର କୋଷାଧ୍ୟକ୍ଷ ଉଦଘାଟନୀ ସମାରୋହଟିର ସୁପରିଚାଳନା କରିଥିଲେ ।
ଟେକ୍ନିକାଲ୍ ସେସନ୍ରେ ସି.ଏମ୍.ଏ ନିରଜ ଡି. ଯୋଶୀ, କାଉନସିଲ ମେମ୍ବର, ଆଇ.ସି.ଏମ.ଏ.ଆଇ, ସି.ଏମ୍.ଏ ନିରଞ୍ଜନ ମିଶ୍ର, ପୂର୍ବତନ କାଉନସିଲ ମେମ୍ବର, ଆଇ.ସି.ଏମ.ଏ.ଆଇ ଏବଂ ସି.ଏମ୍.ଏ ଶ୍ୟାମ ସୁନ୍ଦର ସୋନ୍ଥାଲିଆ, ପୂର୍ବତନ ଅଧ୍ୟକ୍ଷ, ଆଇ.ସି.ଏମ.ଏ.ଆଇ-ଇ.ଆଇ.ଆର୍.ସି ରଖାଯାଇଥିବା ବିଷୟବସ୍ତୁ ଉପରେ ସବିଶେଷ ବିବରଣୀ ଦେଇଥିଲେ । ସି.ଏମ୍.ଏ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ପୂର୍ବତନ ଅଧ୍ୟକ୍ଷ ତଥା ସଦସ୍ୟ ଟେକ୍ନିକାଲ ସେସନ୍ଟିକୁ ସଚାାଳନ କରିଥିଲା ବେଳେ, ସି.ଏମ୍.ଏ ଶରତ କୁମାର ବେହେରା, ଉପାଧ୍ୟକ୍ଷ ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ । ସି.ଏମ୍.ଏ ସୌମ୍ୟ ରଞ୍ଜନ ଜେନା, ଚାପ୍ଟରର ପି.ଡି. କମିଟି ଅଧ୍ୟକ୍ଷ ଉପସ୍ଥିତ ରହି ସେମିନାରଟିକୁ ଶୃଙ୍ଖଳା ତଥା ସଫଳତାର ସହିତ ପର୍ଯ୍ୟବେକ୍ଷଣ କରିଥିଲେ । ୨୦୦ ରୁ ଉର୍ଦ୍ଧ୍ୱ ସି.ଏମ୍.ଏ ସଦସ୍ୟ/ସଦସ୍ୟା ଉକ୍ତ ସଭାରେ ଯୋଗଦାନ କରିଥିଲେ । ଉକ୍ତ ସେମିନାରରେ ସମସ୍ତ ଅତିଥିବୃନ୍ଦଙ୍କୁ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତଙ୍କ ମିଳିତ ସହଯୋଗରେ ସେମନିାରଟି ସଫଳତା ତଥା ଶୃଙ୍ଖଳାର ସହିତ ସମାପନ ହୋଇଯାଇଅଛି ।
No Result
View All Result