No Result
View All Result
୧୧ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବିଦ୍ୟାଭରତୀ ଓଡିଶା ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଓ ରାଜସୁନାଖଳା ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ ଏବଂ ସଂକୁଳ ସଂଯୋଜକ ବିଚିତ୍ର କୁମାର ରଥ,ବେଗୁନିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥଙ୍କ ମିଳିତ ତତ୍ୱାବଧାନରେ ରବିବାର ଦିନ ବେଗୁନିଆ ସରସ୍ବତୀ ବିଦ୍ୟା ମନ୍ଦିରରେ ସଂକୁଳସ୍ତରୀୟ ଜ୍ଞାନ, ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି !
ଏହି ସଂକୁଳସ୍ତରୀୟ ଜ୍ଞାନ, ବିଜ୍ଞାନ ମେଳା ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଫୁଲ୍ଲ କୁମାର ସୁବୁଦ୍ଧି ଓ ସଂମ୍ମାନିତ ଅତିଥିଭାବେ ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ, ସଂକୁଳ ସଂଯୋଜକ ବିଚିତ୍ର କୁମାର ରଥ, ପରିଚାଳନା କମିଟିର ସହସମ୍ପାଦକ ସରୋଜ କୁମାର ବେହେରା,ଓ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥ ପ୍ରମୁଖ ଯୋଗଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ଫୁଲ, ଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନ କରି ଏହାକୁ ଶୁଭ ଉଦଘାଟନ କରିଥିଲେ !
ଆପରାହିଁ 3ଟାରେ ଉଦଜାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ! ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅ ତିଥିଭାବେ ବେଗୁନିଆ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମଧୁସୂଦନ ସୁବୁଦ୍ଧି ଓ ସଂମ୍ମାନିତ ଅତିଥିଭାବେ, ରାଜସୁନାଖଳା ସଂକୁଳ ପ୍ରମୁଖ ସାନନ୍ଦ କୁମାର ସାହୁ, ସଂକୁଳ ସଂଯୋଜକ ବିଚିତ୍ର କୁମାର ରଥ ପ୍ରମୁଖ ଯୋଗଦେଇ ଥିବାବେଳେ ବେଗୁନିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ !
ଏହି ସଂକୁଳସ୍ତରୀୟ ଜ୍ଞାନ, ବିଜ୍ଞାନ ମେଳାରେ 10ଟି ବିଦ୍ୟାଳୟରୁ୨୪0 ଜଣ ଛାତ୍ରଛାତ୍ରୀମାନେ 3ଟି ବିଭାଗରେ ଯଥା ଶିଶୁ, ବାଲ ଓ କିଶୋର ବର୍ଗରେ ପ୍ରକଳ୍ପ ପଦର୍ଶନୀରେ ଅଂଶ ଗ୍ରହଣ କରିଥଲେ ! ଏହି ଜ୍ଞାନ, ବିଜ୍ଞାନ ମେଳାରେ ସମ୍ଭାଗସ୍ତରକୁ ଉତ୍ତୀର୍ଣ ୧୯୯କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ ! ଏହି କାର୍ଯ୍ୟକ୍ରମକୁ ବେଗୁନିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥ ସମସ୍ତଙ୍କୁ ଧ୍ୟବାଦ ଅର୍ପଣ କରିଥିଲେ !
No Result
View All Result