No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅଞ୍ଚଳରୁ ବାଂଲାଦେଶୀମାନଙ୍କୁ ହଟାଇବାକୁ ବୋଲଗଡ ପ୍ରଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ଶନିବାର ଦିନ ଏକ ସ୍ମାରକ ପତ୍ର ସ୍ଥାନୀୟ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳଙ୍କୁ ପ୍ରଦାନ କରାଯାଇଛି। ସମ୍ପ୍ରତି ଅଶାନ୍ତ ବାଂଲାଦେଶରେ ହିନ୍ଦୁମାନଙ୍କୁ ଅତ୍ୟାଚାରିତ କରାଯାଉଛି।ତେବେ ଓଡ଼ିଶାରେ ବହୁଳ ଭାବରେ ବାଂଲାଦେଶୀ ଶରଣାର୍ଥୀ ରହିଛନ୍ତି।ଏଣୁ ତୁରନ୍ତ ସେମାନଙ୍କୁ ଚିହ୍ନଟ କରି ବାଙ୍ଗଲାଦେଶ ପଠାଇବାକୁ ଦାବି କରିଛି ସ୍ଥାନୀୟ ବଜରଙ୍ଗ ଦଳ ।

ଖୋର୍ଦ୍ଧା ଜିଲ୍ଲା ଗୋରକ୍ଷା ପ୍ରମୁଖ ମୁକେଶ ସାମନ୍ତରାୟ ଓ ବୋଲଗଡ ପ୍ରଖଣ୍ଡ ସଂଯୋଜକ ଇତେଶ କୁମାର ବେହେରା ସହସଂଯୋଜକ ଲୋକଜିତ ପରିଡା,ଶ୍ରୀତମ ପ୍ରଧାନ ଓ ସିଦ୍ଧାନ୍ତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ପ୍ରାୟ ୫୦ଜଣ କର୍ମୀ ଦାବି ପତ୍ର ପ୍ରଦାନ କରିଛନ୍ତି।ଏହି ଅବସରରେ ହିନ୍ଦୁମାନଙ୍କୁ ଜାଗ୍ରତ କରିବାପାଇଁ ସ୍ଥାନୀୟ ମଙ୍ଗଳା ମନ୍ଦିର ନିକଟରେ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା ।

No Result
View All Result