No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ସ୍ଥାନୀୟ ପତିତପାବନ ଯୁବକ ସଂଘ ପକ୍ଷରୁ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତି ରଞ୍ଜନ ବେହେରା, ବେଗୁନିଆ ଗ୍ରାମ୍ୟ କମିଟି ସଭାପତି ଲାଲା ଦିଲ୍ଲୀପ କୁମାର ରାୟ, ସମ୍ପାଦକ ଭାଗିରଥି ପରିଡ଼ା,ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ସଭାପତି ଦୀନବନ୍ଧୁ ଦାଶ,ସମାଜସେବୀ ପ୍ରତାପ କୁମାର ସାହୁ ଓ ଶିକ୍ଷକ ରଶ୍ମିଚାନ୍ଦ କରଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତିରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା l
କାର୍ଯ୍ୟକ୍ରମକୁ ପତିତପାବନ ଯୁବକ ସଂଘର ଉପଦେଷ୍ଟା ଦିବାକର ସାହୁ,ସଭାପତି ହିମାଂଶୁ ଭୂଷଣ ଦାଶ, ଉପସଭାପତି ବିଶ୍ୱରଂଜନ ଦାସ, ସମ୍ପାଦକ ଗଙ୍ଗାଧର ମାର୍ଥା, ସହ ସମ୍ପାଦକ ବଟକୃଷ୍ଣ ମହାପାତ୍ର, କୋଷାଧକ୍ଷ ଲକ୍ଷ୍ମୀଧର ସାହୁ, ସଭ୍ୟ ରାକେଶ ହରିଚନ୍ଦନ, ଅଶ୍ୱିନୀ କୁମାର ପଟନାୟକ, ଲାଲା ଅମିତ କୁମାର ରାୟ,ସରୋଜ କୁମାର ମହାପାତ୍ର, ରବିନାରାୟଣ ଦଳେଇ, ପ୍ରଶାନ୍ତ କୁମାର ଜେନା,ସନାତନ ମଲିକ ଓ ସତ୍ୟପ୍ରିୟ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।
No Result
View All Result