No Result
View All Result
୧୦ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରୋଟାରୀ କ୍ଲବ ଭୁବନେଶ୍ବର ହେରିଟେଜ ସ୍ପର୍ଶ ହସ୍ପିଟାଲ ଓ କଳିଙ୍ଗ ନଗର, କେ 4 ନାଗରିକ ସଂଘର ସହଯୋଗରେ, କଳିଙ୍ଗ ନଗର କେ 4 ର କମୁନିଟି ସେଣ୍ଟରରେ ଏକ ନିଶୁଳ୍କ ସ୍ବାସ୍ଥ ପରୀକ୍ଷଣ କାର୍ଯ୍ୟକ୍ରମ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଷିଶ ମହାପାତ୍ରଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରାନ୍ତପାଳ ରୋଟାରିଆନ ଉମାଶଙ୍କର ପଟ୍ଟନାୟକ, ଚାଟାର୍ଡ ସଭାପତି ରୋଟାରିଆନ ଦେବବ୍ରତ ପାଣିଗ୍ରାହୀ, ପୂର୍ବତନ ସଭାପତି ରୋଟାରିଆନ ଶାନ୍ତନୁ ମିଶ୍ର ,
ପୂର୍ଣ୍ଣଚନ୍ଦ୍ର ଦାସ, ମନ୍ମଥ ପାଣି,ରୋଟାରିଆନ ବିଧୁଭୁଷଣ ସାମନ୍ତ, ଲଲାଟେନ୍ଦୁ ମହାପାତ୍ର ,ସଂପାଦକ ରୋଟାରିଆନ ସତ୍ଯାନନ୍ଦ ନାୟକ, ରମେଶ ଚନ୍ଦ୍ର ଓଝା, ବସନ୍ତ କୁମାର ସାହୁ,ବେଣୁଧର ବେହେରା ଉପସ୍ଥିତ ଥିଲେ । କ୍ଲବର ସଭାପତି ରୋଟାରିଆନ ବିଚିତ୍ରାନନ୍ଦ ନାୟକ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଂଘ ର ସଭାପତି ଶ୍ରୀଯୁକ୍ତ ମହେଶ୍ଵର ସାହୁ ତଥା ଏକଯୁକିୟୁଟିଭ ସଭ୍ୟ ଶ୍ରୀ ସଞ୍ଜୀବ କୁମାର ସାହୁ ,
ଶରତ ଚନ୍ଦ୍ର ବେହେରା, ସୁକାନ୍ତ କୁମାର ମିଶ୍ର,ବିଜୟ କୁମାର ମହାପାତ୍ର, ଉମେଶ ଚନ୍ଦ୍ର ସାମଲ ମାନଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା । ସ୍ପର୍ଶ ହସ୍ପିଟାଲର ଡାକ୍ତର ପାର୍ଥ ପ୍ରତିମ ମହାପାତ୍ର, ଡାକ୍ତର ମୋନାଲିସା ଦଳା,ଡାକ୍ତର ବିକାଶ ଶଂକର ଓ ବାଣିଜ୍ଯ ବିକାଶ ବିଭାଗର ରବିନ୍ଦ୍ର କୁମାର ସାହୁ ଯୋଗଦେଇ ଏକ ଶତ ଉର୍ଦ୍ଧ ବାସିନ୍ଦାମାନଙ୍କର ସ୍ବାସ୍ଥ୍ୟର ପରୀକ୍ଷଣ କରି ଚିକିତ୍ସିତ କରିଥିଲେ ।
No Result
View All Result