• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିକଶିତ ଓଡିଶା ତଥା ବିକଶିତ ଭାରତର ଲକ୍ଷ୍ୟ ସାଧନରେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସଚିବଙ୍କ ସହିତ ବିସ୍ତୃତ ଆଲୋଚନା

Proprietor Abhimanyu Maharana by Proprietor Abhimanyu Maharana
August 7, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ବିକଶିତ ଓଡିଶା ତଥା ବିକଶିତ ଭାରତର ଲକ୍ଷ୍ୟ ସାଧନରେ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ସଚିବଙ୍କ ସହିତ ବିସ୍ତୃତ ଆଲୋଚନା
Share on FacebookShare on TwitterWhatsapp

ଓଡିଶାରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବୈଠକ

୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର  :->  ଆଗାମୀ ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ ରେ ଭାରତ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲରେ ରାଜ୍ୟର ଭିଜନ ଡକ୍ୟୁମେଣ୍ଟ କିପରି ରହିବ, ଏ ସଂପର୍କରେ ଭୁବନେଶ୍ୱର ଆସିଥିବା ନୀତି ଆୟୋଗର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ବି.ଭି.ଆର. ସୁଭ୍ରମଣ୍ୟମ ଏବଂ ସାଥିରେ ଆସିଥିବା ଟିମର ସଦସ୍ୟମାନେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ ବିଭିନ୍ନ ବିଭାଗର ସଚିବଙ୍କ ମଧ୍ୟରେ ଆଜି ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବୈଠକରେ ବିକଶିତ ଓଡିଶାର ଯୋଗଦାନ, କିପରି ବିକଶିତ ଭାରତ ୨୦୪୭ର ସ୍ୱପ୍ନକୁ ସାକାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ, ସେ ସଂପର୍କରେ ଆଲୋଚନା କରାଯାଇଛି ।

ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ନୀତି ଆୟୋଗର ମୁଖ୍ୟ କାର‌୍ୟ୍ୟ ନିର୍ବାହୀ ଅଧିକାରୀ ଓ ଟିମର ସଦସ୍ୟମାନଙ୍କୁ ସ୍ୱାଗତ ଜଣାଇବା ସହ ଓଡ଼ିଶାର ସମ୍ବଳ ଏବଂ ବିକାଶର ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉଜ୍ଜ୍ୱଳ ସମ୍ଭାବନା ସଂପର୍କରେ ବିଶଦ୍ ସୂଚନା ପ୍ରଦାନ କରିଥିଲେ । ଦୀର୍ଘ ୨ ଦଶନ୍ଧି ଧରି ଓଡ଼ିଶାର ଅର୍ଥନୈତିକ ପ୍ରଗତି ସଂପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହା ଓଡିଶାର ବିକାଶ ସାଙ୍ଗକୁ ବିକଶିତ ଭାରତ ଗଠନରେ ପ୍ରମୁଖ ଯୋଗଦାନ କରିବ ବୋଲି ସେ ଆଶା ପୋଷଣ କରିଥିଲେ । ଓଡିଶାର ନବ ନିର୍ବାଚିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡିଶା ସଙ୍ଗେ ସଙ୍ଗେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ରାଜ୍ୟର ଉତ୍ସର୍ଗୀକୃତ ପ୍ରଶାସନିକ ଟିମର ପ୍ରତିବଦ୍ଧତାର ସହ କାର‌୍ୟ୍ୟ ଏ ଦିଗରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏହି ବୈଠକ ପରିପ୍ରେକ୍ଷୀରେ ଓଡ଼ିଶାର ଅର୍ଥନୈତିକ ସ୍ଥିତି, ଜନ ସଂଖ୍ୟା, ଜଙ୍ଗଲ, ଖଣିଜ ସଂପଦ,ଶିଳ୍ପ, ସାମୁଦ୍ରିକ ବେଳାଭୂମି, ମୁଣ୍ଡ ପିଛା ଆୟ, ପ୍ରଗତିଶୀଳ ଅର୍ଥନୀତି, ବଳକା ଖାଦ୍ୟ ଶସ୍ୟ ଉତ୍ପାଦନ, ଭିତ୍ତିଭୂମି, ରେଳ ସଂଯୋଗୀ କରଣ, ବିମାନବନ୍ଦର, ଶକ୍ତି କ୍ଷେତ୍ର, ସବୁଜ ଶକ୍ତି ଆଦିରେ ରହିଥିବା ସ୍ଥିତି ଓ ଆଗାମୀ ଦିନରେ ରହିଥିବା ବ୍ୟାପକ ସମ୍ଭାବନା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ନିରନ୍ତର ବିକାଶ ଲକ୍ଷ୍ୟ ସାଧନରେ ଜିଲ୍ଲାସ୍ତରୀୟ ଢାଞ୍ଚା ପ୍ରସ୍ତୁତି ଓ ରାଜ୍ୟସ୍ତରରେ ଏସଡିଜି କକ୍ଷ କାର୍ଯ୍ୟ କରୁଥିବା ସଂପର୍କରେ ସେ ପ୍ରକାଶ କରିଥିଲେ । ନୀତି ଆୟୋଗ ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଓଡିଶା ତଥା ଦେଶର ବର୍ତ୍ତମାନର ସ୍ଥିତି ଓ ଆଗାମୀ ୨୦୩୬ ସୁଦ୍ଧା ଓଡିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଏଥିପାଇଁ ପ୍ରଶାସନିକ ବ୍ୟବସ୍ଥାରେ ରହିଥିବା ଟିମ୍ ଆନ୍ତରିକତାର ସହ ପୂର୍ଣ୍ଣ ସମୟ ଦେଇ କାର୍ଯ୍ୟ କରିବାକୁ ସେ କହିଛନ୍ତି । ସବୁ ବିଭାଗର ସମନ୍ୱୟରେ ପ୍ରସ୍ତୁତ ହେବାକୁ ଥିବା ଭିଜନ ଡକ୍ୟୁମେଣ୍ଟ ସାମୁହିକ ଦସ୍ତାବିଜ ହେବ । ସାମାଜିକ କ୍ଷେତ୍ରରେ ଉନ୍ନତି ସହ ଓଡ଼ିଶାର ସଂଖ୍ୟାବହୁଳ ଜନଜାତି ବର୍ଗର ବିକାଶ ପାଇଁ ଅଧିକ କାମ କରିବାର ଅଛି । ସେହିପରି କ୍ରମବର୍ଦ୍ଧିଷ୍ଣୁ ସହରୀକରଣର ଆବଶ୍ୟକତା ଦୃଷ୍ଟିରୁ ବୃହତ ସହରାଞ୍ଚଳ କ୍ଲଷ୍ଟର, ଶିକ୍ଷାଗତ ଢାଞ୍ଚା ପରିବର୍ତ୍ତନ , ନିରନ୍ତର ବିକାଶ କାର୍ଯ୍ୟକ୍ରମ ସହ ଜନସାଧାରଣ ଭଲଭାବେ ବଞ୍ଚିବା ଓ ଭଲ ରୋଜଗାର ଉପରେ ସେ ଗୁରୁତ୍ୱରୋପ କରିଥିଲେ । ନୀତି ଆୟୋଗ ଟିମର ଅନ୍ୟ ବିଶେଷଜ୍ଞ ସଦସ୍ୟମାନେ ୨୦୩୬ ରେ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ସାଧନରେ କୃଷି, ଶିଳ୍ପ ଆଦି କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ଆହ୍ୱାନର ମୁକାବିଲା ଏବଂ ସର୍ବୋପରି ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଯେଉଁ ବ୍ୟାପକ ଜାତୀୟ ଦୃଷ୍ଟିକୋଣ ରହିଛି, ଏହି ଆଧାରରେ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ ।

ଭିଜନ ଡକ୍ୟୁମେସନ ପ୍ରସ୍ତୁତ ପାଇଁ ୩ ମାସ ସମୟ ନିର୍ଘଣ୍ଟ ଉପରେ ଆଲୋଚନା କରାଯାଇଛି । ଏହି ସମୟ ମଧ୍ୟରେ ଭିଜନ ଡକ୍ୟୁମେଣ୍ଚ ପ୍ରସ୍ତୁତି ସଂପର୍କରେ ନିତି ଆୟୋଗ ରାଜ୍ୟର ସମସ୍ତ ସଚିବସ୍ତରରେ ଆଲୋଚନା କରିବେ । ଏଥିପାଇଁ ପ୍ରତିଦିନ ସମନ୍ୱୟ କରିବା ପାର୍ଇ ରାଜ୍ୟସ୍ତରରେ ଏକ ଷ୍ଟିଅରିଂ କମିଟି ଗଠନ ହେବ । ଜନସାଧାରଣଙ୍କ ପରାମର୍ଶ ନିଆଯିବା ସହ ବିଭିନ୍ନ ସାପ୍ତାହିକ ବୈଠକ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତି କରିବାକୁ କୁହାଯାଇଛି । ବୈଠକରେ ଗୃହ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସଚିବମାନେ ରାଜ୍ୟରେ ଫସଲ ବିବିଧିକରଣ , କୃଷି ଯାନ୍ତ୍ରିକୀକରଣ, ବିପର୍ଯ୍ୟୟ ମୁକାବିଲାକୁ ପୋକସ, ସାମାଜିକ କ୍ଷେତ୍ରକୁ ଗୁରୁତ୍ୱ, ବିଭିନ୍ନ କ୍ଷେତ୍ରରେ ରହିଥିବା ସମସ୍ୟା , ସେସବୁର ସମାଧାନ ଓ ସମ୍ଭାବନା ଉପରେ ନୀତି ଆୟୋଗ ପ୍ରତିନିଧିଙ୍କ ଠାରେ ଉପସ୍ଥାପନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

August 19, 2026
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହ ଉଦଘାଟିତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ “ଏ୧” ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହ ଉଦଘାଟିତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ “ଏ୧” ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

August 19, 2026
ରାସ୍ତାରେ ପଡ଼ିଥିବା ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ

ରାସ୍ତାରେ ପଡ଼ିଥିବା ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ପହଞ୍ଚାଇଲେ ଜିଲ୍ଲାପାଳ

August 19, 2026
ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ

ନୟାଗଡ ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହର ଲହରୀ

August 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ ପ୍ରଜା ମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିଶା ନିବାରଣ ରାଷ୍ଟ୍ରୀୟ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

August 19, 2026
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହ ଉଦଘାଟିତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ “ଏ୧” ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ନବ ନିର୍ମିତ ଗୃହ ଉଦଘାଟିତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ “ଏ୧” ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

August 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version