No Result
View All Result
୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସ୍ଥିତ ରାସୋଳ ଗ୍ରାମର ଆଇନଜୀବୀ ଅଶୋକ କୁମାର ମହାପାତ୍ରଙ୍କ ପିତା ରମେଶ ମହାପାତ୍ରଙ୍କ 68 ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାବସ୍ଥାରେ ରବିବାର ଦିନ ସକାଳ 7 ଟା ସମୟରେ ପରଲୋକ ହୋଇଛି l ସେଜଣେ ସରଳ,ଧର୍ମପରାୟଣ ଓ ମେଳାପୀ ବ୍ୟକ୍ତି ଥିଲେ l ସେ ଆଗରୁ ଟାଙ୍ଗୀ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇ ଅବସର ନେଇଥିଲେ l ତତ ସହିତ ସେ ପୁରୋହିତ ଭାବରେ ଖୋର୍ଦ୍ଧା ଜିଲ୍ଲାରେ ବେଶ ପରିଚିତ ଥିଲେ l ଟାଙ୍ଗୀର ଶତାଧିକ ଲୋକମାନେ ଦୁଃଖ ପ୍ରକାଶ କରି ସମବେଦନା ଜଣାଇଥିଲେ l
ଟାଙ୍ଗୀ ସ୍ମଶାନଠାରେ ତାଙ୍କ କୃତକାର୍ଯ୍ୟ ହୋଇଥିଲା l ତାଙ୍କ ବଡ଼ପୁଅ ଅଶୋକ କୁମାର ମହାପାତ୍ର ଓ ସାନ ପୁଅ ଆଲୋକ ମହାପାତ୍ର ମୁଖାଗ୍ନୀ ଦେଇଥିଲେ l ତାଙ୍କ ମୃତ୍ୟୁ ଖବର ଶୁଣି ରାସୋଳଗ୍ରାମରେ ଓ କାର୍ଯ୍ୟକରୁଥିବା ଟାଙ୍ଗୀ ଗ୍ରାମଠାରେ ଶୋକର ଛାୟା ଖେଳିଯାଇଛି l ରାସୋଳ ଗ୍ରାମବାସୀ ଓ ମା କୁଣ୍ଡାଖାଇ ସେବା ସଙ୍ଘର ସମ୍ପାଦକ ସତ୍ୟନାରାୟଣ ବାରିକ, ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଉପଦେଷ୍ଟା ମନୋଜ ନିଶଙ୍କ, କୋଷଧକ୍ଷ ବିଶ୍ୱନାଥ ବେହେରା,ବୁଦ୍ଧିନାଥ ବେହେରା ପବିତ୍ର ବେହେରା, କିଶୋର ଦାସଙ୍କ ସମେତସଙ୍ଘର ସମସ୍ତ ସଦସ୍ୟ ସମବେଦନା ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ! ସଙ୍ଘ ପକ୍ଷରୁ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ l
No Result
View All Result