୦୬ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ମନୁଷ୍ଯ ଜଗତର ସର୍ବ ଶ୍ରେଷ୍ଠ ପ୍ରାଣୀ। ସକଳ ଘଟେ ନାରାୟଣ ଥିବାରୁ ମଣିଷକୁ ଘୃଣା କରନାହିଁ ବୋଲି ସମାଜସେବୀ ତଥା ଶିକ୍ଷାବିତ୍ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ ସମସ୍ତ ଙ୍କୁ ପରାମର୍ଶ ଦେଇଅଛନ୍ତି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ହାଟବସ୍ତ ଓ ସାଗରଗାଁ ସ୍ଥିତ ଜରାନିବାସର ଏକ ଧାର୍ମିକ ସଚେତନତା କର୍ମଶାଳାରେ ମୁଖ୍ଯ ଅତିଥି ଭାବେ ଶିକ୍ଷାବିତ୍ ଡଃ କୃଷ୍ଣଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଧର୍ମ ସଭାରେ ସମାଜସେବୀ ବ୍ରହ୍ମଚାରୀ ପଟ୍ଟନାୟକ ସଭାପତିତ୍ୱ କରି ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସହକାରୀ ସମ୍ପାଦକ ରାଜକିଶୋର ପଟ୍ଟନାୟକ ଜରାନିବାସର ଲକ୍ଷ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।















