No Result
View All Result
୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ଆବାହକ୍ୱତରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟି ପୂର୍ବତନ ସାଧାରଣ ସମ୍ପାଦକ ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ପୂଣ୍ୟ ଜନ୍ମତିଥି ପାଳତ ହୋଇଯାଇଛି । ଏହି ଅବସରରେ ବୃକ୍ଷରୋପଣ କରାଯିବା ସହ ଗରିବ ଲୋକମାନଙ୍କୁ ଖାଦ୍ୟ ବଂଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଜେନା ଥିଲେ ଯୁବ ଛାତ୍ରମାନଙ୍କର ମାର୍ଗଦର୍ଶକ ।
ସେଥିଲେ ଓଡ଼ିଶାର ପ୍ରଥମ ନିର୍ବାଚିତ ପ୍ରଦେଶ ଯୁବ କଂଗ୍ରେସ ସଭାପତି । କେବଳ ଭୁବନେଶ୍ୱରରେ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେ କଂଗ୍ରେସ ଦଳକୁ ମଜବୁତ କରିବାପାଇଁ ଦଳର ଛାତ୍ର ଓ ଯୁବ କଂଗ୍ରେସ ସଂଗଠନକୁ ନିଜ ଉଦ୍ୟମରେ ଦୃଢ଼ୀଭୁତ କରୁଥିଲେ । ତାଙ୍କର ବ୍ୟକ୍ତିତ୍ୱ ଓ ନେତୃତ୍ୱର ପ୍ରଭାବ ଏ ରାଜ୍ୟର ଛାତ୍ର ସମାଜ ଏବଂ ଯୁବ ସମାଜ ଉପରେ ରହିଥିଲା । ବିଶେଷ କରି ସେ କଂଗ୍ରେସ ଦଳର ଏକ ସମ୍ପତି ଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ବିଧାୟକ ତଥା ରାଜ୍ୟସ୍ତରୀୟ ସଂଗ୍ରାମ କେଶରୀ ଜେନା ସ୍ମୃତି କମିଟିର ଅଧ୍ୟକ୍ଷ ଶ୍ରୀ ତାରାପ୍ରସାଦ ବାହିନୀପତି ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଜେନା ନିଜର ଆଚରଣ ଓ ଉଚାରଣ ପାଇଁ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ ।
କଂଗ୍ରେସ ଦଳ ତାଙ୍କର ଅପୁପସ୍ଥିତିର ଶୂନ୍ୟତାକୁ ଅନୁଭବ କରୁଛି । ଏ ରାଜ୍ୟରେ ସଂଗ୍ରାମ ଜେନାଙ୍କର ବହୁ ଅନୁଗାମୀ ଏବଂ ତାଙ୍କର କମିଟିରେ କାର୍ଯ୍ୟ କରିଥିବା ବହୁ ଯୁବ ନେତା ରାଜନୀତିରେ ପ୍ରତିଷ୍ଠା ଅର୍ଜ୍ଜନ କରିଛନ୍ତି । ଏତଦ୍ଭିନ୍ନ ସେଥିଲେ ଜଣେ ବଦାନ୍ୟ ବ୍ୟକ୍ତି । ଦୁଖି, ଦିନ, ଦରିଦ୍ର, ବିପଦରେ ପଡ଼ିଥିବା ବ୍ୟକ୍ତି, ଗରିବ ଛାତ୍ର, ଗରିବ ରୋଗୀଙ୍କୁ ସେ ମୁକ୍ତ ହସ୍ତରେ ସାହାଯ୍ୟ କରୁଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଆଇସିସି ସମ୍ପାଦକ ଶ୍ରୀ ଶରତ ରାଉତ କହିଥିଲେ ଯେ ସଂଗ୍ରାମ ଜେନା ତାଙ୍କର କୀର୍ତି ଓ କୃତି ପାଇଁ ଆମ ନିକଟରେ ସ୍ମରଣୀୟ ।
ତାଙ୍କର ସାଂଗଠନିକ ଦକ୍ଷତା, ଅସୀମ ସାହସ, କଂଗ୍ରେସ ଦଳ ଓ ଆଦର୍ଶପ୍ରତି ଆନୁଗତ୍ୟ ଏବଂ ସ୍ପଷ୍ଟବାଦିତା ସମସ୍ତଙ୍କୁ ଆକୃଷ୍ଟ କରିଥିଲା । କଂଗ୍ରେସ ଦଳ ପାଇଁ ସେ ଜୀବନ ଉତ୍ସର୍ଗ କରିଥିଲେ । ଏହି କାର୍ଯକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶିବାନନ୍ଦ ରାୟ, ରମେଶ ଜେନା, ସମିର ରାଉତରାୟ, ୟାସିର ନୱାଜ, ବିଶ୍ୱଜିତ ଦାଶ, ମନୋଜ ରାଉତ, ମନୋଜ ଜେନା, ମନୋଜ ବିଶ୍ୱାଳ, ସୁବ୍ରତ ମହାପାତ୍ର, ଅଜୟ ସାହୁ, ସୁଦୀପ ସାମଲ, ନିହାର ବେହେରା, ଗୋପନ ମାର୍ଥା, ଅଭିଜିତ ଜେନା, ନଳିନୀକାନ୍ତ ନାୟକ,
ମହମ୍ମଦ ଗୁଲଫାମ, ବଟକୃଷ୍ଣ ରାଉତରାୟ, ରଜନୀ ମହାନ୍ତି, ସ୍ୱାଗତ କର, ତୁଷାରକାନ୍ତ ତପସ୍ୱୀ, ଜ୍ୟୋତି ପ୍ରକାଶ ଆଚାର୍ଯ୍ୟ, ବିରଂଚି ବାରିକ, ଉଦିତ ପ୍ରଧାନ, ବିଭୁ ପ୍ରସାଦ ଜେନା, ବିଶ୍ୱଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ, ଭବାନୀ ମହାପାତ୍ରା, ମହମ୍ମଦ ପରଭେଜ, ଜିତେନ୍ଦ୍ର ମଲ୍ଲିକ, ବିଶ୍ୱଜିତ ରାଉତରାୟ, ସୁରଜ ରାଉତ, ସୌମେନ୍ଦ୍ର ମହାନ୍ତି, ବଳରାମ ନନ୍ଦ, ରଞ୍ଜନ ମହାଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

No Result
View All Result