No Result
View All Result

୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭାପୁର :-> ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉପ – ନିବନ୍ଧକ କାର୍ଯ୍ୟାଳୟ ଖୋଲିବାର ଆଜକୁ ୧ ବର୍ଷ ପୂରଣ ହୋଇଛି। ଉକ୍ତ କାର୍ଯ୍ୟାଳୟରେ ୧ବର୍ଷ ମଧ୍ୟରେ ୧୩୧୦ ଟି ବିକ୍ରୀ କବଲା ଦଲିଲ୍ ଭୁକ୍ତ ହେବା ସହ ସମ୍ପାଦନ ହୋଇଛି। ଭାପୁର ବ୍ଲକରେ ଉପ ନିବନ୍ଧକ କାର୍ଯ୍ୟାଳୟ ଖୋଲିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ବହୁ ଦିନ ଧରି ଦାବି କରି ଆସୁଥିଲେ। ତେଣୁ, ଉକ୍ତ ଦାବୀ କୁ ପାଥେୟ କରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଗତ ବର୍ଷ ଅର୍ଥାତ୍ ୨୦୨୩ ମସିହା ଅଗଷ୍ଟ ମାସ ୧ ତାରିଖରେ ଭାପୁର ବ୍ଲକରେ ନୂତନ ଉପ ନିବନ୍ଧକ କାର୍ଯ୍ୟାଳୟଟିକୁ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଫଳରେ, ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଗୋଟିଏ କୋଠରୀ ଭିତରେ ଉପ ନିବନ୍ଧକ କାର୍ଯ୍ୟଳୟକୁ କାର୍ଯ୍ୟକ୍ଷମ କରିବା ସହ ଗତ ବର୍ଷ ଅଗଷ୍ଟ ମାସ ୩ତାରିଖରେ ଏହାର ଶୁଭ ଉଦଘାଟନ କରିଥିଲେ।

ଉକ୍ତ ଶୁଭ ଉଦଘାଟନ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀ ପଟ୍ଟନାୟକ, ପୂର୍ବତନ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ପୂର୍ବତନ ତହସିଲଦାର ଲଗ୍ନଜିତ ବେହେରା, ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଟ୍ଟନାୟକ, ସମାଜସେବୀ ଜିତେନ୍ଦ୍ର କୁମାର ରଣସିଂହ ପ୍ରମୁଖ ଉପସ୍ଥିତ ଥିଲେ। ତେଣୁ , ଭାପୁର ଅଞ୍ଚଳବାସୀ ଦୂର ଦୂରାନ୍ତ ଖଣ୍ଡପଡ଼ା ଉପ ନିବନ୍ଧକ କାର୍ଯ୍ୟଳୟ କୁ ଯାଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ନିଜ ଅଞ୍ଚଳରେ ତଥା ଭାପୁର ବ୍ଲକ ସଦର ମହକୁମାରେ ଉପ ନିବନ୍ଧକ କାର୍ଯ୍ୟଳୟର ଶୁଭ ଉଦଘାଟନ ଯୋଗୁଁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଭାପୁର ତହସିଲଦାର ଅର୍ଜୁନ କୁମାର ପ୍ରଧାନ ତହସିଲ କାର୍ଯ୍ୟାଳୟ ସହ ଉପ ନିବନ୍ଧକ କାର୍ଯ୍ୟଳୟକୁ ସୁଚାରୁ ରୂପେ ସମ୍ପାଦନା କରୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି । ମାତ୍ର, ଭାପୁର କାର୍ଯ୍ୟାଳୟଟି ଖଣ୍ଡପଡ଼ା ଉପ ନିବନ୍ଧକ କାର୍ଯ୍ୟାଳୟର ଅଧୀନରେ କାର୍ଯ୍ୟ କରୁଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଅନୁଯାୟୀ ନୂତନ ନିବନ୍ଧକ କାର୍ଯ୍ୟାଳୟ ଗୁଡିକରେ ବର୍ଷକୁ ୧ ହଜାର ବିକ୍ରୀ କବଲା ଦଲିଲ ଭୂକ୍ତ ହେଲେ ଉକ୍ତ କାର୍ଯ୍ୟାଳୟକୁ ନିୟମିତ (ରେଗୁଲାର) କାର୍ଯ୍ୟାଳୟ ଭାବେ ଘୋଷଣା କରାଯିବ ସହ ନିଜସ୍ୱ ଗୃହରେ କାର୍ଯ୍ୟକ୍ଷମ ହେବ। ଭାପୁର ଉପ ନିବନ୍ଧକ କାର୍ଯ୍ୟାଳୟରେ ୧ବର୍ଷରେ ଏହି ନିର୍ଦ୍ଦେଶନାମାକୁ ପୂରଣ କରିସାରିଥିବାରୁ , ଉକ୍ତ କାର୍ଯ୍ୟାଳୟକୁ ନିୟମିତ (ରେଗୁଲାର) କାର୍ଯ୍ୟାଳୟ ଭାବେ ଘୋଷଣା କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ସମାଜସେବୀ, ଜନସାଧାରଣମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପ୍ରତି ଦୃଷ୍ଟ ଦେବାକୁ ଅନୁରୋଧ କରିଛନ୍ତି। ଏହି, ଉପ ନିବନ୍ଧକ କାର୍ଯ୍ୟାଳୟରେ ଅରୁଣ ମାହର, ଜ୍ଞାନ ରଞ୍ଜନ ମହାପାତ୍ର, ସନ୍ତୋଷ ମହାରଣା ଆଦି କର୍ମଚାରୀମାନେ ଜନ ସାଧାରଣ ମାନଙ୍କୁ ଉତ୍ତମ ବ୍ୟବହାର ସହ ସୁଚରୁ ରୁପେ କାର୍ଯ୍ୟ ସମ୍ପାଦନ କରୁଥିବା ଜଣା ପଡ଼ିଛି।
No Result
View All Result