No Result
View All Result
୦୫ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ରୋଟାରୀ କ୍ଲବ ଭୁବନେଶ୍ବର ହେରିଟେଜ ଦ୍ବାରା ବିଣାପାଣୀ ଶିଶୁ ବିଦ୍ୟାମନ୍ଦିର, କୋଳଥିଆ ଠାରେ ଏକକାଳୀନ ଚାରି ପ୍ରକାର ପ୍ରକଳ୍ପର ଶୁଭାରମ୍ଭ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଷିଶ ମହାପାତ୍ରଙ୍କ ଦ୍ବାରା ସମ୍ପାଦିତ ହୋଇଅଛି । ଏହି ସ୍କୁଲରେ ପ୍ରାନ୍ତପାଳ ରୋଟାରିଆନ ଯଜ୍ଞାଷିଶ ମହାପାତ୍ରଙ୍କ ଦ୍ବାରା ପ୍ରଦତ୍ତ ଓ୍ବାଟର ଫିଲ୍ମଟର ସଂସ୍ଥାପିତ ହୋଇଥିଲା । କନ୍ଯା ଅନମୋଲ ପ୍ରକଳ୍ପରେ ସ୍କୁଲର 36 ଜଣ ଛାତ୍ରୀଙ୍କୂ ନୂଆ ପୋଷା କ ଓ ଜୋତା ପ୍ରଦାନ କରାଯାଇଥିଲା । ଅନ୍ୟ ଛାତ୍ର ମାନଙ୍କୁ ମଧ୍ଯ ନୂତନ ପୋଷାକ ଓ ଜୋତା ବଣ୍ଟନ କରାଯାଇଥିଲା ।ସ୍କୁଲ ପରିସରେ 31ଟି ନଡ଼ିଆ ଗଛ ରୋପଣ କରାଗଲା ।
କାର୍ଯ୍ଯକ୍ରମରେ ପୂର୍ବତନ ପ୍ରାନ୍ତପାଳ ରୋଟାରିଆନ ରବି ନନ୍ଦ, ରୋଟାରିଆନ ଶିବବ୍ରତ ଦାଶ, ସହକାରୀ ପ୍ରାନ୍ତପାଳ ରୋଟାରିଆନ ଉମାଶଙ୍କର ପଟ୍ଟନାୟକ, କ୍ଲବର ସଭାପତି ରୋଟାରିଆନ ବିଚିତ୍ରାନନ୍ଦ ନାୟକ, ସମ୍ପାଦକ ରୋଟାରିଆନ ସତ୍ଯାନନ୍ଦ ନାୟକ, ବିଧୁଭୁଷଣ ସାମନ୍ତ, ସୌଦାମିନୀ ସାମନ୍ତ, ପ୍ରଫୁଲ୍ଲ କୁମାର ଦାଶ, ରାମଚନ୍ଦ୍ର ସାହୁ,ଶାନ୍ତନୁ କୁମାର ମିଶ୍ର, ପି ସି ଦାଶ, ବସନ୍ତ କୁମାର ସାହୁ, ଫକୀର ଚରଣ ସ୍ବାଇଁ, ରମେଶ ଚନ୍ଦ୍ର ଓଝା,ଯୁଗଳ କିଶୋର ସାହୁ,ପ୍ରଭାତ ନଳିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ପଚାଶୋଟି ଫଳ ବୃକ୍ଷ ଚାରା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲର ସଭାପତି ସନାତନ ଦଳେଇ, ସମ୍ପାଦକ ସୁମନ୍ତ କୁମାର ଦାସ ଓ ଅଧ୍ୟକ୍ଷ ଚିନ୍ତାମଣୀ ଦାଶ ସମସ୍ତ ସହଯୋଗ କରିଥିଲେ । ରୋଟାରିଆନ ପ୍ରଫୁଲ୍ଲ କୁମାର ଦାଶଙ୍କ ଆଥିର୍କ ସହଯୋଗ ପାଇଁ ତାଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା ।
No Result
View All Result