No Result
View All Result
୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଖୋର୍ଦ୍ଧା ସହର ସ୍ତିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଓୟୁଜେ ଖୋର୍ଦ୍ଧା ଶାଖା ତରଫରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ର ସବୁ ସାମ୍ବାଦିକ ଏକତ୍ରିତ ହୋଇ ଦିବସ ଟିକୁ ସଫଳ କରିଥିଲେ । ଖୋର୍ଦ୍ଧା ଓୟୁଜେ ଶାଖା ସମ୍ପାଦକ ଲୋହିତ ନାରାୟଣ ମହାପାତ୍ର ଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଂଘ ସଂପାଦକ ପ୍ରଶନ୍ନ କୁମାର ପାଇକରାୟ ଏବଂ

ଜିଲ୍ଲା ସଭାପତି ତପନ କୁମାର ନାୟକ ଯୋଗ ଦେଇ ସାମ୍ବାଦିକତା ର ଧର୍ମ ଗୁଣ କର୍ତ୍ତବ୍ୟ ବିଷୟରେ ଆଲୋଚନା କରିବା ସହ ରାଜ୍ୟ ର ପ୍ରଥମ ସମ୍ବାଦ ପତ୍ର ଭାବେ ଉତ୍କଳ ଦୀପିକା ରେ କିପରି ଖବର ପ୍ରସାରଣ ଓ ପରିବେଷଣ କରାଯାଉଥିଲା ତା ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମନଙ୍କ ମଧ୍ୟରେ ସୁଭଲକ୍ଷ୍ମି ସାମନ୍ତରାୟ, ଅଜିତ ମିଶ୍ର, ଲକ୍ଷ୍ମୀନାରାୟଣ ମହାପାତ୍ର, ଶୟଦ ଅଂଶର ଅଲି, ଗୋପାଳକୃଷ୍ଣ ପ୍ରଧାନ, ପ୍ରକାଶ ପଟ୍ଟନାୟକ, ରାଜେଶ ମହାନ୍ତି, ପ୍ରଭାତ ମହାନ୍ତି, ଅୟେଶ ମହାନ୍ତି ରମେଶ ସାମନ୍ତରାୟ, ସେକ ଅନ୍ୱର୍ ଅଲି ଇକବଲ୍ ଅହମଦ ସନ୍ଦୀପ ବରମନ ପ୍ରମୁଖ ଯୋଗ ଦେଇ ସାମ୍ବାଦିକତା ଦିବସକୁ ପାଳନ କରିଥିଲେ ।
No Result
View All Result