
ଯୋଗ ଦେଲେ ଏହି ବ୍ୟାଚର ଛାତ୍ର ଏକାମ୍ର ବିଧାୟକ ବାବୁ ସିଂ
ବନ୍ଧୁତା ଦିବସରେ ଜଣାଇଲେ ପରସ୍ପରକୁ ଶୁଭେଚ୍ଛା l
ଭୁବନେଶ୍ୱର :-> ପ୍ରଥମ ରବିବାର ବନ୍ଧୁତା ଦିବସ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ୧୯୮୬ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଏହି ବ୍ୟାଚର ବିଦ୍ୟାଳୟର ଛାତ୍ର ରହିଥିବା ତଥା ଅଧୁନା ବିଧାୟକ ଥିବା ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ସମେତ ଅନ୍ୟ ବନ୍ଧୁମାନେ ଏକତ୍ରିତ ହୋଇ ପରସ୍ପରକୁ ବନ୍ଧୁତା ଦିବସରେ ଶୁଭେଚ୍ଛା ଜଣାଇଥିଲେ l















