• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜନଜାତି ଓ ପଛୁଆ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳ ଲକ୍ଷ୍ୟ : ମୋହନ ଚରଣ ମାଝୀ

Proprietor Abhimanyu Maharana by Proprietor Abhimanyu Maharana
August 5, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଜନଜାତି ଓ ପଛୁଆ ବର୍ଗଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳ ଲକ୍ଷ୍ୟ : ମୋହନ ଚରଣ ମାଝୀ
Share on FacebookShare on TwitterWhatsapp

ଅନୁସୂଚିତ ଜନଜାତି ମୋର୍ଚ୍ଚା ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା

 ରାଜ୍ୟର ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ବଦ୍ଧପରିକର

 ଜନଜାତିଙ୍କ ବିଶ୍ୱାସଭାଜନ ହୋଇ ସମସ୍ତ ୩୩ ବିଧାନସଭା ଏବଂ ୫ ସାଂସଦ ଆସନ ଜୟଲାଭ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

 ବିଜେପିର ସଫଳତା ପଛରେ ଜନଜାତି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ଜୁଏଲ ଓରାମ

 ବିଜେପି ସର୍ବଦା ଆଦିବାସୀମାନଙ୍କୁ ସମ୍ମାନିତ କରିଛି : ନିତ୍ୟାନନ୍ଦ ଗଣ୍ଡ

 ପେସା ଓ ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା, ଲଘୁ ବନ୍ୟଜାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ ସରକାର ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ମତ ପ୍ରକାଶ

୦୪ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅତୀତରେ ପଛୁଆ ଶ୍ରେଣୀ ଉପକ୍ଷେିତ, ଅବହେଳିତ ଓ ନିଷ୍ପେସିତ ଅବସ୍ଥାରେ ଥିଲେ । କିନ୍ତୁ ବର୍ତମାନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଲୋକଙ୍କ ଦକ୍ଷତାକୁ ଚିହ୍ନି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ କରିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ମୋଦିଜୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ଏବେ ସମଗ୍ର ବିଶ୍ୱର ଏକ ଅଗ୍ରଣୀ ଦେଶଭାବେ ନୂଆ ପରିଚୟ ସୃଷ୍ଟି କରିଛି । “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସ” ମୋଦିଜୀ ମନ୍ତ୍ର ଦେଇଛନ୍ତି । ରାଜ୍ୟର ଜନଜାତି ଓ ପଛୁଆ ବର୍ଗଙ୍କୁ ଶିକ୍ଷିତ ଓ ସଚେତନ କରି ସେମାନଙ୍କୁ ମୁଖ୍ୟ ସ୍ରୋତରେ ଆଗକୁ ବଢ଼ିବାରେ ସାହାଯ୍ୟ ଓ ସହଯୋଗ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ରାଜ୍ୟ ତଥା ଦେଶର ସନ୍ତୁଳିତ ବିକାଶ ସମ୍ଭବ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ଭୁବନେଶ୍ୱରର ଜୟଦେବ ଭବନଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ତଥା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଓଡ଼ିଶାବାସୀ ଏକଜୁଟ ହେବା ନିତ୍ୟାନ୍ତ ଆବଶ୍ୟକ । ସଂଗଠିତ ହୋଇ ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ଲଢ଼େଇ କଲେ ବିଳମ୍ବରେ ହେଲେ ବି ସଫଳତା ନିଶ୍ଚିତ ମିଳିଥାଏ । ଗତ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛି । ଜନଜାତି ସଂପ୍ରଦାୟ ବିଜେପି ପ୍ରତି ଆସ୍ଥା ପ୍ରକଟ କରିବା କାରଣରୁ ଏଥର ସମୁଦାୟ ୩୩ ରୁ ୧୮ ବିଧାନସଭା ଏବଂ ୫ ରୁ ୪ ସାଂସଦ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି ।

ଆଗାମୀ ଦିନରେ ଜନଜାତିଙ୍କ ବିଶ୍ୱାସଭାଜନ ହୋଇ ସମସ୍ତ ୩୩ ବିଧାନସଭା ଏବଂ ୫ ସାଂସଦ ଆସନ ଜୟଲାଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।
ଜନଜାତି ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ କାରଣରୁ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ଆଦିବାସୀଙ୍କୁ କାର୍ଯ୍ୟକରିବାର ସୁଯୋଗ ବିଜେପି ହିଁ ଦେଇଛି । ଏହି ନେତାମାନେ ଆତ୍ମବିଶ୍ୱାସ ସହ ଦଳ ପାଇଁ କାର୍ଯ୍ୟ କରନ୍ତି । ଏଥିପାଇଁ ବିଜେପି ଦଳ ରାଷ୍ଟ୍ରବାଦୀ ଓ ସଂଗଠନରେ ଆଗୁଆ । ଆଦିବାସୀଙ୍କ ଉନ୍ନତି ପାଇଁ ୧୦୦ ଜଣ ଜନସଂଖ୍ୟା ଥିବା ଗାଁକୁ ମଧ୍ୟ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସଂଯୋଗ କରାଯିବା ସହ ଓଡ଼ିଶାର ୧୩ଟି ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ସୁନିଶ୍ଚିତ କରାଯାଇଛି ।

ପ୍ରତି ଅପହଂଚ ଗ୍ରାମ ପଂଚାୟତରେ ଜନଜାତି ଛାତ୍ରଛାତ୍ରୀ +୨ ଶିକ୍ଷା ମାଗଣାରେ ପାଇପାରିବା ଭଳି ଜନକଲ୍ୟାଣକାରୀ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ଗତ ୭୫ ବର୍ଷ ଶାସନରେ କଂଗ୍ରେସ ଓ ବିଜେଡି ସରକାର କରିପାରି ନ ଥିଲେ । ଦାରିଦ୍ରତାର କଷାଘାତରେ ଶିକ୍ଷା ଓ ସଚେତନତା ଅଭାବରୁ ଆଦିବାସୀ ଆଜି ପେଶୀ ହେଉଛନ୍ତି । ସେମାନଙ୍କ ବିକାଶ ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ । ବିଦ୍ୟାଳୟସ୍ତରରେ ଡ୍ରପଆଉଟ ହାର କମାଇବା ପାଇଁ “ମାଧୋ ସିଂ ହାତଖର୍ଚ୍ଚ ଯୋଜନା”ରେ ଚଳିତ ବଜେଟ୍‌ରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋତ୍ସାହନ ବାବଦରେ ବାର୍ଷିକ ୫ହଜାର ଟଙ୍କା ଆର୍ôଥକ ବ୍ୟୟବରାଦ କରାଯାଇଛି । ରାଜ୍ୟର ଜନଜାତିଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଜେପି ସରକାର ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

ଏହି ଅବସରରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ କରିବାକୁ ହେଲେ ଜନଜାତିଙ୍କ ସମର୍ଥନ ନିହାତି ଆବଶ୍ୟକ । ତେଣୁ ବିଜେପିର ସଙ୍ଗଠନକୁ ଆହୁରୀ ସୁଦୃଢ଼ କରିବାର ଆବଶ୍ୟକତା ରହିଛି । ପାର୍ଟୀ ଗଠନରେ ଅନେକ କାର୍ଯ୍ୟକର୍ତାଙ୍କ ଭୁମିକା ରହିଛି ଏବଂ ସଫଳତାରେ ଜନଜାତି ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଛି । ପୂର୍ବ ସରକାର ଭଳି ଓଡିଶାରେ ଅଫିସରରାଜ୍ ଚଳିବ ନାହିଁ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡିଶାରେ ଲୋକଙ୍କ ସରକାର ଗଠନ ହୋଇଛି । ଓଡିଶାର ସର୍ବାଙ୍ଗୀନ ବିକାଶ ପାଇଁ ଆମେ ସମସ୍ତେ ଦଳମତ ନିର୍ବଶେଷରେ ଏକାଠି ହୋଇ କାର୍ଯ୍ୟ କରିବା ଆବଶ୍ୟକ ଏବଂ ଏଥି ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ଓ ସହାୟତା ରହିବ ବୋଲି ଶ୍ରୀ ଓରାମ କହିଛନ୍ତି ।

ବିଜେପି ସର୍ବଦା ଆଦିବାସୀମାନଙ୍କୁ ସମ୍ମାନିତ କରିଛି । ଓଡ଼ିଶାର ଜଣେ ଆଦିବାସୀ ମହିଳା ଆଜି ଦେଶର ରାଷ୍ଟ୍ରପତି । ଓଡ଼ିଶାରେ ବିଜେପିର ପ୍ରଥମ ସରକାରରେ ଆଦିବାସୀ ନେତା ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛି । ଏହି ସରକାରରେ ତିନି ଜଣ ଆଦିବାସୀ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ବିଜେପି ସବୁବେଳେ ଆଦିବାସୀଙ୍କ କଲ୍ୟାଣ ପାଇଁ ଚିନ୍ତା ଓ କାର୍ଯ୍ୟ କରୁଥିବା ପାର୍ଟି ବୋଲି ଗଣଶିକ୍ଷାମନ୍ତ୍ରୀ ତଥା ଏସ୍‌ଟି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଏହି ଅବସରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଇଂ.ଗଣେଶ ରାମ ସିଂ ଖୁଂଟିଆ, ସାଂସଦ ଅନନ୍ତ ନାୟକ, ନବ ଚରଣ ମାଝୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ମୋର୍ଚ୍ଚାର ଦାୟୀତ୍ୱ, କାର୍ଯ୍ୟ ସଂପାଦନା ଏବଂ ଭୂମିକା ସଂପର୍କରେ ମତ ରଖିଥିଲେ ।

ଏଥି ସହ ପେସା ଓ ଜଙ୍ଗଲ ଜମି ଅଧିକାର ଆଇନର କାର୍ଯ୍ୟକାରିତା, ଲଘୁ ବନ୍ୟଜାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ଏବଂ ସରକାର ସଙ୍ଗଠନ ମଧ୍ୟରେ ସମନ୍ୱୟ ରଖି କାମ କରିବାକୁ ମତ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏସଟି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କାଳୀରାମ ମାଝୀ, ଏସ୍‌ଟି ମୋର୍ଚ୍ଚା ପ୍ରଭାରୀ ତଥା ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା କେରକେଟା, ମୋର୍ଚ୍ଚାର ରାଜ୍ୟ ସଭାପତି ଗୋବର୍ଦ୍ଧନ ଭୋଏ, ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାସଁଦାଙ୍କ ସମେତ ସମସ୍ତ ବିଧାୟକ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର

May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା

May 15, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ

May 15, 2026
‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

‘ସଙ୍ଗୀତଧାରା’ ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ

May 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version