No Result
View All Result
୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ଜଂକିଆ ପଞ୍ଚାୟତ ନୂଆଗାଁ ଗ୍ରାମର ସାମ୍ବାଦିକ ଦାଶରଥି ଶ୍ରୀଚନ୍ଦନଙ୍କ ପିତା ପ୍ରଫୁଲ୍ଲ କୁମାର ଶ୍ରୀଚନ୍ଦନଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ହୃଦରୋଗ ଜନିତ ରୋଗରେ ପୀଡିତ ଥିଲେ। ସେ ଜଣେ ସରଳ, ଧର୍ମପରାୟଣ ଓ ମେଲାପି ବ୍ୟକ୍ତି ଥିଲେ। ସେ ଜାତୀୟ ରାଜପଥ ବିଭାଗରେ କର୍ମଚାରୀ ରୂପେ କାର୍ଯ୍ୟ କରି ଅବସର ନେଇଥିଲେ।
ତାଙ୍କ ମୃତ୍ୟୁରେ ଜଂକିଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ନିରାକାର ପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ , ବିଭୂତି ଭୂଷଣ ଦାଶ ଓ ପ୍ରକାଶ କୁମାର ବଳିଆରସିଂହ, ବିକ୍ରମ କେଶରୀ ସାହୁ, ଜିତେନ୍ଦ୍ର ମହାପାତ୍ର ,ଞାନ ରଞ୍ଜନ ଦାଶ, ସୁଚିତ୍ର ଭୁଜୁଭୋଳ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

No Result
View All Result