୦୩ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବାଲିକୁଦା ଟ୍ରାଫିକ ଛକର ଅଳ୍ପ ଦୂରରେ ଶନିବାର ରାତି ୯ ଟା ସମୟରେ ଏକ କାରକୁ ପଛରୁ ଧକ୍କାଦେଇ ମାଲ ବୋଝେଇ ଟ୍ରକରାସ୍ତା ଉପରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ କାର ଭିତରେ ଥିବା ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଭୁବନେଶ୍ୱରରୁ କଟକ ଅଭିମୁଖେ ଆସୁଥିବା ଓ ଆର-୦୫-ଏମ-୦୬୧୨ ନମ୍ବର କାରକୁ ପଛରୁ ଆର ଜେ-୦୨-ଜିବି-୨୦୬୦ ନମ୍ବର ବିଶିଷ୍ଟ ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା । ଯାହାଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
















