No Result
View All Result
୦୨ ଅଗଷ୍ଟ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳ ଚଳିତ ଆର୍ଥିକ ବର୍ଷରେ ପ୍ରଥମ ରେଳ ମଣ୍ଡଳ ଭାବେ ୧୦୦ ମିଲିୟନ୍ ଟନ୍ ମାଲ ପରିବହନ କରିପାରିଛି । ୧ ଏପ୍ରିଲ ୨୦୨୪ ରୁ ୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ୧୦୦.୦୦ ମେଟ୍ରିକ୍ ଟନ୍ ମାଲ ପରିବହନ କରାଯାଇଛି । କେବଳ ଜୁଲାଇ ୨୦୨୪ ରେ ୧୩.୬୯ ମେଟ୍ରିକ୍ ଟନ୍ ମାଲ ପରିବହନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥାତ ୧ ଏପ୍ରିଲ ୨୦୨୪ ରୁ ୧ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ । ଖୋର୍ଦ୍ଧାରୋଡ୍ ମଣ୍ଡଳ ହେଉଛି ପ୍ରଥମ ମଣ୍ଡଳ ଯାହା ୧୨୩ ଦିନରେ ୧୦୦ ମିଲିୟନ୍ ଟନ୍ ମାଲ ପରବହନ କରିପାରିଛି ଏବଂ ଭାରତୀୟ ରେଳବାଇର ସମସ୍ତ ମଣ୍ଡଳ ମଧ୍ୟରେ ମାଲ ପରିବହନ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି ।
ମାଲ ପରିବହନରେ ଲୋଡିଂ ଏବଂ ଅନଲୋଡିଂ ଉଭୟ ସାମିଲ ଅଟେ। ଏହି ସମୟରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ଗତ ବର୍ଷର ସମାନ ଅବଧି ତୁଳନାରେ 6% ଅଧିକ ମାଲ ପରିବହନ କରିଛି । ଜୁଲାଇ ୨୦୨୪ ରେ ୧୩.୬୯ ମିଟ୍ରିକ୍ ଟନ୍ ପରିବହନ କରିଛି ଏବଂ ୧୧.୬ ମିଟ୍ରିକ୍ ଟନ୍ ମାଲ ଅନଲୋଡ୍ କରିଛି, ଯାହା ଜୁଲାଇ ୨୦୨୩ ତୁଳନାରେ ୯% ଅଧିକ (ଅର୍ଥାତ ଲୋଡିଂରେ ୮% ଅଧିକ ଏବଂ ଅନଲୋଡିଂରେ ୧୦% ଅଧିକ) ଅଛି ।
ମୁଖ୍ୟ ମାଲ ଯୋଗାଣକାରୀଗୁଡିକ ହେଉଛି ତାଲଚେର, ପାରାଦୀପ, ଧମରା, ନୟାଗଡ଼, ମେରା ମଣ୍ଡଲି, ସୁକିନ୍ଦା, ଯାହାଠାରୁ ବିଭିନ୍ନ ପଣ୍ୟ ସମେତ କୋଇଲା, ଲୌହ,ଖାଦ୍ୟ ସାମଗ୍ରୀ, ପେଟ୍ରୋଲିୟମ , କଞ୍ଚା ମାଲ ଇତ୍ୟାଦି ପରିବହନ କରାଯାଇଛି । ଶ୍ରୀ ଏଚ ଏସ୍ ବାଜ୍ୱା,ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧା ରୋଡଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏଵଂ ରେଳ ବିଭାଗର ଅଧିକାରୀ ମାନଙ୍କ ଚେଷ୍ଟାରେ ଏହି ସଫଳତା ମିଳିଛି ।
No Result
View All Result