୩୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା :-> ଖୋର୍ଦ୍ଧା ହଳଦିଆ କଲେଜ ପଦକୁ ନେଇ ଉପୁଜିଥିବା ବିବାଦ ପୁଣି ଭିନ୍ନ ମୋଡ଼ । ମାଡ଼ ଖାଇଥିବା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଉମାକାନ୍ତ ପାତ୍ରଙ୍କ ବଦଳି ଆଦେଶକୁ ଉଚ୍ଚ ଶିକ୍ଷା ବିଭାଗ ପ୍ରତ୍ୟାହାର କରିଛି ତୁରନ୍ତ ନିରାକାରପୁର କେବି ଡିଏଭି କଲେଜରେ ଯୋଗ ଦେବା ପାଇଁ ତାଙ୍କୁ ନିର୍ଦ୍ଦେଶ ହୋଇଛି ।କଲେଜ କ୍ୟାମ୍ପସ୍ରେ ମାଡ଼ ଖାଇଥିବା ଭରପ୍ରାପ୍ତ ପ୍ରିନ୍ସିପାଲ୍ ଶ୍ରୀ ପାତ୍ରଙ୍କ ବିରୋଧରେ ଉଚ୍ଚଶିକ୍ଷା ବିଭାଗର ଏ ପ୍ରକାର ନିର୍ଦ୍ଦେଶନାମା କେବଳ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ନାହିଁ, ବରଂ କଲେଜର ଅଧ୍ୟକ୍ଷ ପଦ ପାଇଁ ଗଲା କେଇଟା ଦିନ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ଜାରି କରିଥିବା ବଦଳି ଓ ବାତିଲ ନିର୍ଦ୍ଦେଶନାମା ଉଚ୍ଚ ଶିକ୍ଷା ବିଭାଗର କାରନାମା ପଦାକୁ ଆସିଛି ।

ହଳଦିଆ କଲେଜ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ଭଞ୍ଜ ଓ ଇତିହାସ ବିଭାଗର ଅଧ୍ୟାପକ ବିଜୟ କୁମାର ଭଞ୍ଜଦେଓ ଏବେ ପଦାକୁ ଆସିଛନ୍ତି।ଗତ ମାସ ୩ ତାରିଖ କଲେଜରେ ଏ ଅପ୍ରୀତିକର ଘଟଣା ଘଟିଥିଲା | ଉଭୟଙ୍କ ବିରୋଧରେ ଥାନାରେ ଦୁଇ ଦୁଇଟି ମାମଲା ରୁଜ୍ଜୁ ହୋଇଥିଲା । ତା’ ପରଠାରୁ ଏ ଦୁହିଁଙ୍କର ପତ୍ତା ନଥିଲା । ଉଭୟଙ୍କର ଆଗୁଆ ଜାମିନ ମଞ୍ଜୁର ହୋଇଥିବା ବଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ଆଦେଶକୁ ଉଚ୍ଚଶିକ୍ଷା ବିଭାଗ ପ୍ରତ୍ୟାହାର କରିନେଇଛି! ଏହା ପରେ ସଭାପତି ରଂଜନ କୁମାର ଭଜଂ ଓ ବିଜୟ କୁମାର ଭଜଂଦେଓ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି |















