୨୮ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଙ୍କିଆ :-> ରବିବାର ଦିନ କଳିଙ୍ଗ ଭେଟେରାନ ଆସୋସିଏସନ (ଅବସରପ୍ରାପ୍ତ ସୈନିକ ସଂଘ) ଜଙ୍କିଆ ଶାଖାର ଭେଟେରାନ ମାନଙ୍କ ଦ୍ଵାରା ଏକ ବୈଠକ ମା ବଘେଇ ଠାକୁରାଣୀ ପୀଠ ଜଙ୍କିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଷ୍ଟେଟ ଵ୍ୟାଙ୍କ ଅଫ୍ ଇଣ୍ଡିଆ ଛାଣଗିରି ବ୍ରାଞ୍ଚର ମ୍ୟାନେଜେର ଶ୍ରୀଯୁକ୍ତ ପ୍ରଫୁଲ ସିହିଅଲ ଏବଂ ସମ୍ମାନିତ ଅତିଥି ଭାବରେ ଫିଲଡ଼ ଅଫିସର ଶ୍ରୀଯୁକ୍ତ ଭଗବାନ ପଣ୍ଡା ଯୋଗଦେଇଥିଲେ ।

ଏହି ବୈଠକରେ ଅବସରପ୍ରାପ୍ତ ସୈନିକ ତଥା କେ.ଭି ଏ. ଆସୋସିଏସନ ର ଭେଟେରାନ ମାନଙ୍କର ଦ୍ଵାରା କରାଯାଉଥିବା ବିଭିର୍ଣ୍ଣ ସାମାଜିକ କଲ୍ୟାଣ କାର୍ଯ୍ୟକୁ ମ୍ୟାନେଜର ଏବଂ ଫିଲଡ଼ ଅଫିସର ବହୁତ ପ୍ରଶଂସା କରିଥିଲେ ଏଥି ସହିତ ୫୦୦୦ ଟଙ୍କା ଆସୋସିଏସନ କୁ ପ୍ରଦାନ କରିଥିଲେ. ସଭା କେ ଭି ଏ ର ସଂମ୍ପାଦକ ଅଶୋକ ଶ୍ରୀଚନ୍ଦନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କରାଯାଇଥିଲା ।















