No Result
View All Result
୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବାଘମାରୀ-କଣ୍ଟିଲୋ ୪୮ ନମ୍ବର ରାଜ୍ୟ ରାଜପଥର ବାଘମାରୀ- ସିମୋର ମଧ୍ୟରେ ଥିବା ଶଙ୍ଖର ମଝିରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ସୂଚନା ଥାଉକି ପ୍ରଶାସନ ପକ୍ଷରୁ ଅର୍ଥ ବିନିଯୋଗ କରି ରାସ୍ତାର ଉନ୍ନତି କରଣ ପାଇଁ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଯୋଗୁ ଗର୍ତ୍ତ ଯାତାୟାତ କରୁଥିବା ସମସ୍ତ ଜନ ସାଧାରଣ ଓ ମୋଟରଯାନ ପାଇଁ ବିପଦ କାରଣ ସାଜିଛି ।
ଏପରିକି ରାସ୍ତାର ପାର୍ଶ୍ଵ ମଧ୍ୟ ଦବି ଯାଇ ଥିବାର ଦେଖିବାକୁ ମିଳୁଥିବା ବେଳେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ତୁରନ୍ତ ମରାମତି କାର୍ଯ୍ୟ କରିବାକୁ ସଚେତନ ନାଗରିକ ମାନେ ଦାବୀ କରିଛନ୍ତି ।

No Result
View All Result