କେଶ ର ଶିଖର ଯାଏଁ ପହଞ୍ଚିଗଲୁଣୀ : ସରକାରୀ ଓକିଲ ।
୧୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ସାକ୍ଷୀ ମାନଙ୍କର ବୟାନ ରେକର୍ଡ କରାଯାଉଛି। ଏହି ପରିପେକ୍ଷୀରେ ଆଜି ଅତିରିକ୍ତ ଜିଲ୍ଳା ଦୋରାଜଜ୍ ରେ ୫୭ ନଂ ସାକ୍ଷୀ ଭାବେ ତତ୍କାଳୀନ ଥାନା ଅଧିକାରୀ ବାରିଣୀ ଦାସ ଙ୍କ ସରକାରୀ ସାକ୍ଷୀ ଭାବରେ ତାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଗତ ତାରିଖ ରେ ଥାନା ଅଧିକାରୀ ଶ୍ରୀ ଦାସ ତାଙ୍କ ସମ୍ପୂର୍ଣ୍ଣ ସାକ୍ଷ୍ୟ ଦେଇ ପାରିନଥିଲେ । ଆଜି ସମ୍ପୂର୍ଣ୍ଣ ଭାବରେ ସେ ତାଙ୍କ ସାକ୍ଷ୍ୟ ଦେଇଥିବା ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ଙ୍କ ଠାରୁ ଜଣାପଡିଛି ।
ସରକାରୀ ଓକିଲ ଶ୍ରୀ ଚନ୍ଦନ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ଆଉ ୫ ଜଣ ସାକ୍ଷ୍ୟ ଗ୍ରହଣ କରିବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ଦିଲ୍ଲୀ ଓ ଗାନ୍ଧୀ ନଗର କିଛି ସାକ୍ଷୀ ଥିବା ବେଳେ ଆମେ କେଶ୍ ର ଶିଖର ଯାଏଁ ପହଞ୍ଚିଗଲୁଣୀ। ସାକ୍ଷ୍ୟ ଗ୍ରହଣ ସମୟରେ ପୁଞ୍ଜିଲାଲ ଙ୍କ ଓକିଲ ଉପସ୍ଥିତ ଥିବା ବେଳେ ତତ୍କାଳୀନ ଥାନା ଅଧିକାରୀ ଙ୍କ ସହ ପ୍ରତିପକ୍ଷ ତରଫରୁ ଯୁକ୍ତି ବାଢ଼ିଥିଲେ। ସୂଚନା ଯୋଗ୍ୟ ଯେ ୨୦୧୮ ଫେବୃୟାରୀ ୨୩ ତାରିଖ ରେ ପାଟଣାଗଡ଼ ବ୍ଳକ ଛକ ବାସିନ୍ଦା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରବିନ୍ଦ୍ର ସାହୁ ଙ୍କ ଘରକୁ ଏକ ପାର୍ସଲ ପହଞ୍ଚିଥିଲା ।
ଉକ୍ତ ପାର୍ସଲ କୁ ତାଙ୍କର ଏକମାତ୍ର ପୁଅ ସୌମ୍ୟଶେଖର ଖୋଲିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମାଆ ଜେମାମଣି ପ୍ରାଣ ହରାଇଥିଲେ। ସୌମ୍ୟ ଶେଖର ଙ୍କ ପତ୍ନୀ ସୀମା ସାହୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ହୋଇ ଦୀର୍ଘ ଦିନ ପଯ୍ୟନ୍ତ ଡାକ୍ତରଖାନା ରେ ଚିକିତ୍ସିତ ହୋଇଥିଲେ । ପ୍ରଥମେ ପାଟଣାଗଡ଼ ଥାନାରେ ଉକ୍ତ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ କରିଥିଲା । ହେଲେ ସେଭଳି କୌଣସି ସଫଳତା ନ ମିଳିବା ପରେ ଏହି ମାମଲା କ୍ରାଇମବ୍ରାଞ୍ଚ ଙ୍କୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ମୂଖ୍ୟ ଅଭିଯୁକ୍ତ ଭାବରେ ପୁଞ୍ଜିଲାଲ ଙ୍କୁ ଗିରଫ କରିଥିଲା ।