• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ

Proprietor Abhimanyu Maharana by Proprietor Abhimanyu Maharana
September 22, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Bajaj Finance Empowers Rural Odisha with Financial Literacy and Cyber Fraud Awareness
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) (ନି. ପ୍ର) :- ଭାରତର ଗ୍ରାମାଞ୍ଚଳରେ ତଥା ବ୍ୟାଙ୍କିଙ୍ଗ୍ ସୁବିଧାରୁ ବଞ୍ଚିତ ଅଞ୍ଚଳଗୁଡ଼ିକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ସର୍ବଭାରତୀୟ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବଜାଜ୍ ଫାଇନାନ୍ସ ଲିମିଟେଡର ଆର୍ଥିକ ସାକ୍ଷରତା ଅଭିଯାନ ‘ଅର୍ଥସୂତ୍ର ସମ୍ବାଦ’ ଓଡ଼ିଶାର ଗ୍ରାମାଞ୍ଚଳରେ ପହଞ୍ଚିଛି । ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆର୍ଥିକ ଶୃଙ୍ଖଳାର ଗୁରୁତ୍ୱ ଉପରେ ଆଲୋକପାତ କରିବା, ଆର୍ଥିକ ଠକେଇ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅର୍ଥ ପରିଚାଳନାର ଉତ୍ତମ ଅଭ୍ୟାସ ବିଷୟରେ ନାଗରିକମାନଙ୍କୁ ଅବଗତ କରାଇବା ପାଇଁ ଯୋଜନା କରାଯାଇଛି ।

 ଭାରତର ସର୍ବବୃହତ ଘରୋଇ କ୍ଷେତ୍ରର ଅଣ-ବ୍ୟାଙ୍କିଙ୍ଗ୍ ଆର୍ଥିକ ସମ୍ପର୍କିତ କମ୍ପାନୀ (NBFC) ଏବଂ ବଜାଜ୍ ଫିନସର୍ଭର ଏକ ଅଂଶ ବଜାଜ୍ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ଓଡ଼ିଶାର କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ସ୍ଥିତ ପି.ପି. କଲେଜ ଏବଂ କେନ୍ଦୁପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ‘ଅର୍ଥସୂତ୍ର ସମ୍ବାଦ’ ଶୀର୍ଷକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଦେଶବ୍ୟାପୀ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମର ଏକ ଅଂଶ ଭାବରେ, ବଜାଜ୍ ଫାଇନାନ୍ସ, ଗ୍ରାମୀଣ ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେବା ପାଇଁ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆର୍ଥିକ ସାକ୍ଷରତା ପଦକ୍ଷେପ ସହିତ ସାମଞ୍ଜସ୍ୟ ରଖି, ଏହି କାର୍ଯ୍ୟକ୍ରମ ଅଂଶଗ୍ରହଣକାରୀମାନଙ୍କୁ ଦୂରଦୃଷ୍ଟିସମ୍ପନ୍ନ ଆର୍ଥିକ ବିନିଯୋଗ ଅଭ୍ୟାସ, ପ୍ରଭାବଶାଳୀ ଅର୍ଥ ପରିଚାଳନା, ଡିଜିଟାଲ୍ ସୁରକ୍ଷା ଏବଂ ଆର୍ଥିକ ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ବିଷୟରେ ଶିକ୍ଷା ଦିଆଯାଇଥିଲା।

ଏହି ଅଭିଯାନ ସମୟରେ ବଜାଜ୍ ଫାଇନାନ୍ସ ପ୍ରତିନିଧିମାନେ ସ୍ଥାନୀୟ ବାସିନ୍ଦାଙ୍କୁ ସଞ୍ଚୟ, ବଜେଟ୍ ପ୍ରସ୍ତୁତି, ଦାୟିତ୍ୱବାନ ଋଣ, ଠିକ୍ ସମୟରେ ଋଣ ପରିଶୋଧ ଏବଂ ସୁରକ୍ଷିତ ଡିଜିଟାଲ୍ ଆର୍ଥିକ ଅଭ୍ୟାସର ଗୁରୁତ୍ୱ ବିଷୟରେ ଅବଗତ କରାଇଥିଲେ। ସାଇବର ଠକେଇ, ନକଲି ନିବେଶ ଯୋଜନା, ସନ୍ଦେହଜନକ ଲିଙ୍କ୍, କ୍ଷତିକାରକ ଆପ୍ (APK) ଫାଇଲ୍, ହ୍ୱାଟ୍ସଆପ୍ ସ୍କାମ୍ ଏବଂ ଡିଜିଟାଲ୍ ଆରେଷ୍ଟ ଠକେଇରୁ ସତର୍କ ରହିବାକୁ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେକୌଣସି ସାଇବର ଅପରାଧ ଘଟଣାକୁ ତୁରନ୍ତ ଜାତୀୟ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦ ରେ କଲ୍ କରି ଜଣାଇବାକୁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା।

ନିଶ୍ଚିନ୍ତକୋଇଲିର ପି.ପି. କଲେଜଠାରେ ମଧ୍ୟାହ୍ନ ଅଧିବେଶନରେ ପି.ପି. କଲେଜର ଅଧ୍ୟକ୍ଷା ଡକ୍ଟର ତରୁଲତା ଦେବୀ ଏବଂ ନିଶ୍ଚିନ୍ତକୋଇଲି ପୋଲିସ୍ ଷ୍ଟେସନର ସବ୍-ଇନ୍ସପେକ୍ଟର ଶ୍ରୀ ବିଶ୍ୱଜିତ ମହାନ୍ତି ଉପସ୍ଥିତ ଥିଲେ। ବଜାଜ୍ ଫାଇନାନ୍ସ ଲିମିଟେଡ୍ ଦ୍ୱାରା ଆୟୋଜିତ ଏହି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିମାନେ ସାଇବର ଠକେଇର ବଢୁଥିବା ବିପଦ ଉପରେ ଆଲୋକପାତ କରିଥିଲେ ଏବଂ ଡିଜିଟାଲ୍ ସତର୍କତା, ସୁରକ୍ଷିତ ଆର୍ଥିକ ଅଭ୍ୟାସ ତଥା ସଠିକ୍ ନିଷ୍ପତ୍ତି ନେବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ ।

ଯୁବପିଢ଼ିଙ୍କ ମଧ୍ୟରେ ଆର୍ଥିକ ସଚେତନତାର ବିଷୟ ଉପରେ ଗୁରୁତ୍ୱାରୋପ କରି ପି.ପି. କଲେଜର ଅଧ୍ୟକ୍ଷା ଡକ୍ଟର ତରୁଲତା ଦେବୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ହେଉଛନ୍ତି ସମାଜର ମାର୍ଗଦର୍ଶକ। ସେ ଦର୍ଶାଇଥିଲେ ଯେ କମ୍ ବୟସରୁ ସଞ୍ଚୟ, ବଜେଟ୍ ଏବଂ ଅର୍ଥ ପରିଚାଳନାର ମୌଳିକ ଜ୍ଞାନ ଶିଖିବା ଦ୍ୱାରା ସେମାନେ ଉପଯୁକ୍ତ ଆର୍ଥିକ ନିଷ୍ପତ୍ତି ନେବାରେ ସକ୍ଷମ ହୋଇପାରିବେ ଏବଂ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିପାରିବେ। ଅପରାହ୍ନରେ ନିଶ୍ଚିନ୍ତକୋଇଲିର କେନ୍ଦୁପାଟଣା ଗ୍ରାମ ପଞ୍ଚାୟତଠାରେ ମଧ୍ୟ ଅନୁରୂପ ଏକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରଗତିପ୍ରଭା ମହାନ୍ତି ଏବଂ ନିଶ୍ଚିନ୍ତକୋଇଲି ବ୍ଲକର କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶ୍ରୀ ଅନୁପ୍ରଭା ରାଉତରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସଭାକୁ ସମ୍ବୋଧିତ କରିଥିଲେ ।

ବଜେଟ୍ କିପରି ଜୀବନଧାରଣର ମାନରେ ଉନ୍ନତି ଆଣିପାରିବ ଏବଂ ଭବିଷ୍ୟତକୁ ସୁରକ୍ଷିତ କରିବାରେ ସାହାଯ୍ୟ କରିବ ସେ ବିଷୟରେ ବକ୍ତାମାନେ ଆଲୋକପାତ କରିଥିଲେ, ଆବଶ୍ୟକ ସମୟରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବାରେ ବୀମାର ଭୂମିକା ବୁଝାଇଥିଲେ ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇରୁ ବର୍ତ୍ତିବା ପାଇଁ ଗ୍ରାମବାସୀଙ୍କୁ ସତର୍କ କରାଇଥିଲେ । ଡିଜିଟାଲ୍ ଆରେଷ୍ଟ ସ୍କାମ୍, ନକଲି ହ୍ୱାଟ୍ସଆପ୍ ନିବେଶ ଗ୍ରୁପ୍, କ୍ଷତିକାରକ ଆପ୍ (APK) ଫାଇଲ୍ ଏବଂ ଅଯାଚିତ ଲିଙ୍କ୍ ଭଳି ନୂତନ ବିପଦ ବିଷୟରେ ଉପଭୋକ୍ତାଙ୍କୁ ସତର୍କ କରାଇବା ସହ, ବିଶାରଦମାନେ  ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ ଯେ କୌଣସି ଆର୍ଥିକ ଠକେଇର ଶିକାର ହେଲେ ଘଟଣାର ପ୍ରଥମ ଦୁଇ ଘଣ୍ଟା ମଧ୍ୟରେ ତୁରନ୍ତ ଜାତୀୟ ହେଲ୍ପଲାଇନ୍ ନମ୍ବର ୧୯୩୦ ରେ ରିପୋର୍ଟ କରନ୍ତୁ ।

କେନ୍ଦୁପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରଗତିପ୍ରଭା ମହାନ୍ତି କହିଥିଲେ, “ଆର୍ଥିକ ସାକ୍ଷରତା କେବଳ ଟଙ୍କାକୁ ବୁଝିବା ନୁହେଁ; ଏହା ଆପଣଙ୍କ ଆର୍ଥିକ ଭବିଷ୍ୟତ ପ୍ରତି ବିଶ୍ୱାସ ସୃଷ୍ଟି କରିବା ବିଷୟରେ। ଏହା ଏକ ଛୋଟ ଋଣ ହେଉ କିମ୍ବା ବଡ଼ ବ୍ୟବସାୟିକ ନିବେଶ, ଠିକ୍ ସମୟରେ ଋଣ ପରିଶୋଧ ଆପଣଙ୍କ କ୍ରେଡିଟ୍ ଇତିହାସକୁ ସୁଦୃଢ଼ କରେ ଏବଂ ଜୀବନରେ ଅଧିକ ସୁଯୋଗ ପାଇଁ ବାଟ ଖୋଲିଦିଏ ।” ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଚେତନତା ମୂଳକ ପଦକ୍ଷେପ ପାଇଁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ‘ଅର୍ଥସୂତ୍ର ସମ୍ବାଦ’ ହେଉଛି ବଜାଜ୍ ଫାଇନାନ୍ସର ଏକ ପ୍ରମୁଖ ଆର୍ଥିକ ସାକ୍ଷରତା ଅଭିଯାନ, ଯାହାର ଉଦ୍ଦେଶ୍ୟ ହେଉଛି ବ୍ୟକ୍ତିବିଶେଷଙ୍କୁ ବ୍ୟବହାରିକ ଆର୍ଥିକ ଜ୍ଞାନ ପ୍ରଦାନ କରି ସଶକ୍ତ କରିବା ଏବଂ ଗ୍ରାମୀଣ ଭାରତରେ ସମ୍ପ୍ରଦାୟ-ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଠିକ୍ ଆର୍ଥିକ ନିଷ୍ପତ୍ତି ନେବାକୁ ଉତ୍ସାହିତ କରିବା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vedanta Aluminium’s Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

September 24, 2026

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଶୋକ ପ୍ରସ୍ତାବ ଆଗତ

ପ୍ରଥମ ଦିନରୁ ହୋହଲ୍ଲା : ପାଟିତୁଣ୍ଡ ଓ ହଙ୍ଗାମାରେ କମ୍ପିଲା ବିଧାନସଭା

September 23, 2026
୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

୯୨ ଟି ପୋଷ୍ଟ ଖାଲିଥିବା ବେଳେ ୪୫ ଜଣ ଶିକ୍ଷକଙ୍କୁ ପଦୋନ୍ନତି କାହିଁକି..? : ଶିକ୍ଷକ ମାନଙ୍କ ମହଲରେ ଅସନ୍ତୋଷ

September 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vedanta Aluminium’s Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods

ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

September 24, 2026
Vedanta Aluminium’s Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods

Vedanta Aluminium’s Skill Development Initiative Upskills 1000 Plus Kalahandi Youths, Enabling Sustainable Livelihoods

September 24, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version