ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିରିଡି ବ୍ଲକରେ ବହୁ ତ୍ରୁଟି ପରିଲକ୍ଷିତ ହୋଇଛି l ଏ ନେଇ ବିରିଡି ବ୍ଲକର ବହୁ ଯୋଗ୍ୟ ହିତାଧିକାରୀ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନିକଟରେ ଅଭିଯୋଗ କଲାପରେ ବିଧାୟକ ଭୋଇ ନିଜେ ଯାଇ ଲୋକମାନଙ୍କ ଚାଳ ଘର ଥାଇସୁଦ୍ଧା ଲୋକେ ଆବାସ ଯୋଜନା ପାଇନଥିବା ବୁଲି ଦେଖି ଥିଲେ l ଏନେଇ ସୋମବାର ବିଧାୟକ ବିରିଡିବ୍ଲକ ସମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ l
ତାଙ୍କ ସହ ବିଡ଼ିଓ ଆୟୁଷି ପତି, ଜଗତସିଂହପୁର ଏମପି ଙ୍କ ବିରିଡି ବ୍ଲକ ପ୍ରତିନିଧି ଗୀତାଞ୍ଜଳି ସାହୁ, ଏବିଡ଼ିଓ ଲୋପାମୁଦ୍ରା ନାୟକ ଆର ଏଚ ବିପିସି ମଧୁସ୍ମିତା ବିଶ୍ୱାଳ ଆବାସ ଯୋଜନା ସର୍ଭେ କରିଥିବା ଅଧିକାରୀମାନେ ଉପସ୍ଥିତ ଥିଲେ l ବ୍ଲକର ବିଭିନ୍ନ ପଂଚାୟତରୁ ପ୍ରାୟ ଶତାଧିକ ଲୋକ ବିଧାୟକ ଙ୍କୁ ଅଭିଯୋଗ ପତ୍ର ଦେବାପରେ ବିଧାୟକ ଡ଼ଃ ଭୋଇ ସେମାନଙ୍କ ଅଭିଯୋଗ ପତ୍ରକୁ ଗ୍ରହଣ କରି ବିଡ଼ିଓ ଏବଂ ଆବାସ ଯୋଜନା ତାଲିକା ପ୍ରସ୍ତୁତ କରିଥିବା ସମସ୍ତ କର୍ମଚାରୀଙ୍କୁ ତାଗିଦ କରିଥିଲେ ଯେପରି ଜଣେହେଲେ ଲୋକ ଆବାସ ଯୋଜନାରୁ ବାଦ ନପଡ଼ନ୍ତି ଶେଷମ୍ୱନ୍ଧରେ ଅଧିକାରୀ ମାନଙ୍କୁ କହିଥିଲେ ନେଚେତ କାହାରିକୁ ଛଡ଼ାଯିବନି ବୋଲି ଚେତାବନୀ ଦେଇଥିଲେ l















