୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ଼ :-> ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ବିଜେପି ର କନକବର୍ଦ୍ଧନ ସିଂହଦେଓ ଜିତିବା ପରେ ସେ ଜନ ସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିଜେପି ଓଡ଼ିଶା ରାଜ୍ୟରେ ସରକାର ଗଠନ କରିବ । ଜନସାଧାରଣ ଏଥର ପରିବର୍ତ୍ତନ ପାଇଁ ଭୋଟ ଦେଇଥିଲେ। ଏପରିକି ଗତ ୨୪ ବର୍ଷ ର ବିଜେଡ଼ି ସରକାର ଙ୍କୁ ମୂଳ ରୁ ନିପାତ କରିଛନ୍ତି । ତାଙ୍କୁ ଵିଜୟ କରାଇଥିବା ରୁ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ସମସ୍ତ ଭୋଟର୍ ଭାଇଭଉଣୀ ମାନଙ୍କୁ ସେ ଧନ୍ୟବାଦ ଜଣାଇଥିଲେ । ବିଜେପି ତରଫରୁ ରାଜ୍ୟ ରେ ଜନସାଧାରଣ ଙ୍କୁ ଦିଆଯାଇଥିବା ସମସ୍ତ ପ୍ରକାର ପ୍ରତିଶୃତି ନିଭାଇ ସହ ବିକାଶିତ ଅଞ୍ଚଳ ଭାବରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ରେ କାମ କରିବି ବୋଲି ପ୍ରତିଶୃତି ଦେଇଥିଲେ ।
ପ୍ରାରମ୍ଭରୁ କନକବର୍ଦ୍ଧନ ସିଂହଦେଓ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡ଼ି ର ସରୋଜ କୁମାର ମେହେର ଙ୍କ ଠାରୁ ଆଗୁଆ ରହିଆସୁଥିବା ସହ ଶେଷରେ ୧୨୭୩ ଖଣ୍ଡ ଭୋଟ ରେ ବିଜୟ ଲାଭ କରିଥିଲେ । ଶ୍ରୀ ସିଂଦେଓଙ୍କୁ ୯୩୪୧୩ ଖଣ୍ଡ ଭୋଟ ମିଳିଥିବା ବେଳେ ଶ୍ରୀ ମେହେର ୯୨୧୪୦ ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ର ଅନିଲ ମେହେର ୨୬୩୮୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଶ୍ରୀ ସିଂଦେଓ ବିଜୟ ଲାଭ କଳା ପରେ ଦଳ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ବିଭିନ୍ନ ସ୍ଥାନ ରେ ବିଜେଡ଼ି କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।