No Result
View All Result
୨୭ମେ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଫୁଲନଖରା ନିକଟସ୍ଥ ପୁରୁଣା କାଚରାମାଳ ଗ୍ରାମ ପାର୍ଶ୍ଵସ୍ଥ କୁଆଖାଇ ନଦୀର ଚନ୍ଦନ ଚାପ ଘାଟରେ ରବିବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ଲକ୍ଷେଶ୍ୱର ମହାଦେବଙ୍କ ଚନ୍ଦନ ଚାପ ଆରମ୍ଭ ହୋଇଛି । ଏହି ଭଳି ୫ ଦିନ ଧରି ପ୍ରତ୍ୟେକ ସନ୍ଧ୍ୟାରେ ଚନ୍ଦନ ଚାପ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟାରେ ଲକ୍ଷେଶ୍ୱରଙ୍କ ସନ୍ଧ୍ୟା ଆଳତି ଶେଷ ହେବାପରେ , ପ୍ରଭୁ ଲକ୍ଷେଶ୍ୱରଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଲକ୍ଷେଶ୍ୱର ମନ୍ଦିରରୁ ଘଣ୍ଟ ବାଜା ବଜାଇ ଶୋଭାଯାତ୍ରାରେ ପୁରୁଣା କାଚରାମାଳ କୁଆଖାଇ ନଦୀର ଚନ୍ଦନ ଘାଟକୁ ଅଣାଯାଇଥିଲା ।
![](https://odishatazanews.com/wp-content/uploads/2024/05/8-1-300x139.jpg)
ସେଠାରେ ପାରମ୍ପରିକ ପ୍ରଥା ଅନୁସାରେ ଚଳନ୍ତି ପ୍ରତିମାକୁ ଡ଼ଙ୍ଗାର ବସାଇ ଚନ୍ଦନ ଚାପ ଖେଳାଯିବା ସହିତ ହଳଦୀ ଚନ୍ଦନ ଅଗୁର ପାଣିରେ ସ୍ନାନ କରାଯାଇ ଥିଲା । ପାରମ୍ପରିକ ପ୍ରଥା ଅନୁସାରେ ଦିନ ଚାପ ଏବଂ ରାତି ଚାପ ଖେଳା ଯାଇଥିଲା । ପୁରୀର ଜଗନ୍ନାଥଙ୍କ ଚନ୍ଦନ ଚାପ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଚନ୍ଦନ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚାଲେ । ଏଠାରେ ଲକ୍ଷେଶ୍ୱର ମହାଦେବଙ୍କ ଚନ୍ଦନ ଚାପ ଚନ୍ଦନ ପୂର୍ଣ୍ଣିମା ଯିବାର ପାଞ୍ଚଦିନ ପରେ ଚନ୍ଦନ ଚାପ ଅନୁଷ୍ଠିତ ହୁଏ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା କୁଆଖାଇ ନଦୀରେ ଚାପ ଖେଳିବା ଦୁଲ୍ଲଭ ଦୃଶ୍ୟକୁ ଦେଖିବା ପାଇଁ ଚନ୍ଦନ ଚାପ ଘଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।
![](https://odishatazanews.com/wp-content/uploads/2024/05/4-3-300x137.jpg)
ଚାପ ଖେଳି ସାରିବା ପରେ ଚଳନ୍ତି ପ୍ରତିମାକୁ ଚନ୍ଦନ ଘାଟ ମଣ୍ଡପରେ ରଖା ଯାଇଥିବା ବିମାନରେ ବସାଯାଇ ନୂତନ ବସ୍ତ୍ର ପରିଧାନ କରଯାଇ ସେବାୟତ ମାନେ ପୂଜା ଏବଂ ଆଳତୀ କରିଥିଲେ । ଆଳତୀ ପରେ ଭୋଗ କରାଯାଇ ଶ୍ରଦ୍ଧାଳୁ ମାନଙ୍କୁ ବିତରଣ କରାଯାଇଥିଲା । ପରେ ପରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ବିମାନକୁ ବେହେରାମାନେ କାନ୍ଧେଇ ଚନ୍ଦନ ଘାଟରୁ ଶୋଭାଯାତ୍ରାରେ ଆଣି ଚନ୍ଦନ ଯାତ୍ରା ପଡିଆରେ ନିର୍ମିତ ମଣ୍ଡପରେ ଅବସ୍ଥାନ କରାଇଥିଲେ ।
![](https://odishatazanews.com/wp-content/uploads/2024/05/3-2-300x163.jpg)
ଚନ୍ଦନ ଘାଟରୁ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମା ବିମାନ ଗ୍ରାମ ଦେଇ ଶୋଭାଯାତ୍ରାରେ ଆସିଲାବେଳେ ଶ୍ରଦ୍ଧାଳୁ ମାନେ ଭୋଗ ଖୁଆଇ ଥିଲେ। ପହିଲି ଚାପ ଦିନ ପୁରୁଣା କାଚରାମାଳ ଗ୍ରାମର ବ୍ରାହ୍ମଣ ଘର ପରିବାର ପକ୍ଷରୁ ରବି ନାରାୟଣ ମିଶ୍ର , ପୂର୍ଣ୍ଣ ଚନ୍ଦ୍ର ମିଶ୍ର , ଲିଙ୍ଗରାଜ ମିଶ୍ର, ବିଭୁତି ପଣ୍ଡା, ପ୍ରମୁଖ ସମସ୍ତ ବ୍ରାଣ ପରିବାର ସଦସ୍ୟ ମାନେ ଉପସ୍ଥିତ ରହି ଚନ୍ଦନ ଯାତ୍ରା ପଡିଆରେ ଲକ୍ଷେଶ୍ୱରଙ୍କ ଚଳନ୍ତି ପ୍ରତିମାଙ୍କୁ ଭୋଗ ଖୁଆଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରୁଣା କାଚରାମାଳ ଗ୍ରାମ୍ୟ କମିଟିର ସଭାପତି ଭକ୍ତ ବନ୍ଧୁ ବରାଳ,
![](https://odishatazanews.com/wp-content/uploads/2024/05/5-2-300x163.jpg)
ସଂପାଦକ ସୁକାନ୍ତ ଭୋଇ , ପ୍ରଶାନ୍ତ କୁମାର ମହାନ୍ତି, ସୁଧାକର ସ୍ୱାଇଁ, ବସନ୍ତ ସାହୁ, କିଶୋର ବରାଳ , ଗୋବିନ୍ଦ ମହାରଣା , ଅନିଲ ମହାନ୍ତି, କାଳନ୍ଦି ଭୋଇ, ଯୋଗେନ୍ଦ୍ର ଜେନା , ରଶ୍ମିରଞ୍ଜନ ମିଶ୍ରଙ୍କ ସମେତ ଗ୍ରାମର ସମସ୍ତ ଯୁବକ ଏବଂ ବ୍ୟୟଜେଷ୍ଠ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ଥିଲେ । ଆସନ୍ତା ୨୭ ତାରିଖ ସୋମବାର ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ଅପେରା ପରିବେଷଣ କରାଯିବ । ଏନେଇ ପୁରୁଣା କାଚରାମାଳ ଗ୍ରାମର ସମସ୍ତ ଯୁବକ ଏବଂ କମିଟିର କର୍ମକର୍ତ୍ତା ମାନେ ବିଭିନ୍ନ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଉଦ୍ୟମ ଯାରି ରଖିଛନ୍ତି।
![](https://odishatazanews.com/wp-content/uploads/2024/05/2-3-300x160.jpg)
![](https://odishatazanews.com/wp-content/uploads/2024/03/Odish-Tazanews-Ripotars-4-194x300.jpg)
No Result
View All Result