ଖୋରଧା-ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ବନମାଳୀ କଲୋନୀ ସ୍ଥିତ ରାଜଯୋଗ ଭବନ ପରିସରରେ ଶତାଧିକ ଭାଇ ଭଉଣୀଙ୍କ ଗ୍ରହଣରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରାତଃ ରାଜଯୋଗ ମୁରଲୀ କ୍ଲାସ ପରେ ଜଟଣୀ ବଡ଼ବଜାର ସ୍ଥିତ ରାଜଯୋଗ କେନ୍ଦ୍ରର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ଜ୍ୟୋତି ଭଉଣୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବ୍ରହ୍ମାକୁମାର ଅଶୋକ ଭାଇ ସ୍ବାଗତ ଭାଷଣ ମାଧ୍ୟମରେ ବିଶ୍ଵ ଯୋଗ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯକ୍ରମରେ ଜଟଣୀ ବ୍ଲକର ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଉପସ୍ଥିତ ରହି ନିଜର ମୂଲ୍ୟବାନ ବକ୍ତବ୍ୟ ମାଧ୍ୟମରେ ଯୋଗ କିପରି ଦୈନଦିନ ଜୀବନରେ ଅପରିହାର୍ଯ୍ୟ ଅଂଶ ସେ ବିଷୟରେ ଆଲୋକପାତ କରିଥିଲେ ।















