No Result
View All Result
ଯୋଗ ହେଉଛି ଜୀବନ ର ଶୃଙ୍ଗାର, ଆତ୍ମା ଓ ଶରୀର ମଧ୍ୟରେ ଏକତାର ସୂତ୍ର
ବନ୍ଦୀମାନେ ନେଲେ ନୂତନ ଆଶା ଓ ଶାନ୍ତିର ସ୍ବାଦ
କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଭିନ୍ନ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇଛି । ସ୍ଥାନୀୟ ଗାୟତ୍ରୀ ମନ୍ଦିର, ମହିଳା ମହାବିଦ୍ୟାଳୟ , ସ୍ଥାନୀୟ କୋର୍ଟ , ମାନସ ଭବନ ପ୍ରତିଦିନ ଯୋଗ ଗ୍ରୁପ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ଛବି ପୋଢ଼ଙ୍କ ନେତୃତ୍ୱରେ ବହୁମୁଖୀ ଇଣ୍ଡୋର ଷ୍ଟେଡିୟମ ରେ କଲେଜ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସହ ବରିଷ୍ଠ ବ୍ୟକ୍ତି ସାମୁହିକ ଯୋଗ ଅଭ୍ୟାସ କରିଥିଲେ ଏହି କାର୍ଯ୍ୟକ୍ରମ ଯୋଗ ଗୁରୁ ଫକୀର ଦାସ ମହାରାଜ ଏବଂ ଅତିଥି ଭାଭେ ବିଧାୟକ ଲକ୍ଷ୍ମଣ ବାଗ , ନଗରପାଳ ବରୀୟାମ ସିଂ ସାଲୁଜା ଯୋଗ ଦେଇ ସମସ୍ତଙ୍କ ଯୋଗ ଅଭ୍ୟାସ କରିଥିଲେ ।

ସେହି ଭଳି କଣ୍ଟାବାଞ୍ଜି ଉପ କାରାଗାରରେ ଏକ ଅପୂର୍ବ ଉଦ୍ୟମ ଦ୍ୱାରା ଏକ ନୂତନ ଦିଗର ଆରମ୍ଭ ହେଲା। ବନ୍ଦୀମାନେ ଯେଉଁଠି ଜୀବନର ଏକ ଅନ୍ୟ ପ୍ରବାହରେ ଅଛନ୍ତି, ସେଠି ସେମାନଙ୍କୁ ଯୋଗ ମାଧ୍ୟମରେ ଶାନ୍ତି, ଅନୁଶାସନ ଓ ଆଶା ଦିଆଯାଇଛି। ଅଖିଳ ଭାରତୀୟ ମାରବାଡ଼ି ମହିଳା ସମ୍ମେଳନ କଣ୍ଟାବାଞ୍ଜି ଶାଖା ଓ ଜେଲ ପ୍ରଶାସନର ସଂଯୁକ୍ତ ପ୍ରୟାସର ଫଳ। ଏହି ବିଶେଷ ଅବସରରେ ବନ୍ଦୀ ମାନେ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ଯୋଗ ଅଭ୍ୟାସ କରିିଥିଲେ।
ଯୋଗ ଗୁରୁ ଫକୀର ଦାସ ମହାରାଜ ଏହି କାର୍ଯ୍ୟକ୍ରମ ମଧ୍ୟ ସଂଚାଳନ କରୁଥିବା ବେଳେ କାର୍ଯ୍ୟକ୍ରମରେ ଅତିଥି ରୂପେ ଜେଲ ର ଜେଲର ଝାସ୍କତନ ପ୍ରଧାନ ଓ ସାମ୍ବାଦିକ ମୋହନ ସୋନି ,ମାଷ୍ଟର ଦିଲୀପ କୁମାର ସା ପ୍ରମୁଖ ଯୋଗ ଦେଇଥିଲେ । ସେ କହିଛନ୍ତି, ଯୋଗ କେବଳ ଶାରୀରିକ ଅଭ୍ୟାସ ନୁହେଁ, ଏହା ଆତ୍ମା ଓ ମନ ର ସମ୍ମିଳନ ଅଟୁଟ ବନ୍ଧନ। ଏହା ଦ୍ୱାରା ମନୁଷ୍ୟ ନିଜ ଭିତରେ ଥିବା ଶକ୍ତିକୁ ଜାଣିପାରେ ଓ ନିଜ ଅସ୍ତିତ୍ୱ ପ୍ରତି ଆଶା ବଢ଼େ।”
ବନ୍ଦୀମାନେଙ୍କୁ ବ୍ୟାସ୍ଥ ମନ,
ଚିନ୍ତା ଓ ମାନସିକ ତାଣାପୋଡ଼ାରୁ ମୁକ୍ତି ପାଇଁ ନିୟମିତ ଯୋଗ ଅଭ୍ୟାସ କରିବା ପାଇଁ ପ୍ରେରିତ କଲେ। ଅନେକ ବନ୍ଦୀ ତାଙ୍କ ଅନ୍ତର ଜ୍ୟୋତିକୁ ଅନୁଭବ କରି ବିକାଶ ଓ ନୂତନ ଆରମ୍ଭ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି ଯୋଗ ଅନୁଷ୍ଠାନକୁ ସଫଳ କରିବାରେ ମହିଳା ସମ୍ମେଳନ ଅଧ୍ୟକ୍ଷା ପୁନମ ଖଣ୍ଡଲବାଳ , ଅନିତା ଡାଲମିଆ , ମମତା ଡାଲମିଆ, ସଂଗୀତା ଝାରବାଲିଆ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result