ବେଲପଡ଼ା (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବୁଦାମୂଡା ଗାଁର ଘନ ଧରୁଆ ନାମକ ବ୍ୟକ୍ତି ତିରୁପତିକୁ ଇଟାଭାଟି କାମରେ ଶ୍ରମିକ ଭାବେ ଯାଇ ମୃତ୍ୟୁ ହୋଇଥିବା ବେଳେ ଗାଁକୁ ଫେରିଲା ଶ୍ରମିକର ଶବ କଣ୍ଟାବାଞ୍ଜି-ପାଟଣାଗଡ ମୁଖ୍ୟ ରାସ୍ତାରେ ଶବ ରଖି ଆଦିବାସୀ ସଂଘ ପରିବାରକୁ ସହାୟତା ଦାବି କରିଛି। କଣ୍ଟାବାଞ୍ଜି-ପାଟଣାଗଡ ରାସ୍ତା ଗମନାଗମନ ଠପ୍ ହୋଇଯାଇଛି।

ତିରୁପତିର ଇଟାଭାଟି ମାଲିକ ଘନ ଧରୁଆଙ୍କ ଶବକୁ ତାଙ୍କ ଭିଟାମାଟିକୁ ଛାଡୁ ନ ଥିବା ବେଳେ କୋଶଲ ରାଏଜ ମୁକ୍ତି ମୋର୍ଚ୍ଚାର ଜିତୁ ନାଏକ, ଜନସନ ନାଗ, ଗିରିରାଜ ଭୋଇ, ବୀରେନ୍ଦ୍ର ସିଂଙ୍କ ପ୍ରଚେଷ୍ଟାରେ ପ୍ରଶାସନକୁ ମୃତକଙ୍କ ଶବ ଆଣିବାକୁ ବାଧ୍ୟ କରାଯାଇଥିଲା। ଆଜି ଶବ ଗାଁକୁ ଫେରିଲା ପରେ ସ୍ଥାନୀୟ ଲୋକେ ତଥା ସମାଜସେବୀ ମାନେ ଓ ଆଦିବାସୀ ସଂଘ ପାଟଣାଗଡ-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା କପାଣି ଛକରେ ଶବ ରଖି ରାସ୍ତା ରୋକ୍ କରି ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି ।

ମୃତକଙ୍କ ସ୍ତ୍ରୀ ବହୁ ଦିନରୁ ମୃତ ହୋଇଥିବା ବେଳେ ତାଙ୍କ ପୁଅ-ଝିଅ କେମିତି ଚଳିବେ ସେ ଚିନ୍ତାରେ ପରିବାର । ଦାଦନର ଦୁଃଖ ବାରମ୍ବାର ହେଉଥିବା ବେଳେ ଅନେକ ଦାଦନ ଶ୍ରମିକଙ୍କ ମୃତ ଦେହ ଅଞ୍ଚଳକୁ ଆସୁଥିବା ବେଳେ ଅନେକ ନିର୍ଯାତନାର କାହାଣୀ ଶୁଣିବାକୁ ମିଳେ। ଏହି ଘନ ଧରୁଆଙ୍କୁ ମଧ୍ୟ ପିଟି ପିଟି ମାରିଦେବା ଭଳି ସଙ୍ଗିନ ଅଭିଯୋଗ ବେଲପଡା ଥାନାରେ ହୋଇଛି ।















