ପଡିଆ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ମାଲକାନଗିରି ଜିଲ୍ଲା ସୀମାବର୍ତ୍ତୀ ପଡିଆ ପୋଲିସ ପକ୍ଷ୍ୟରୁ ଜୁଭେନ୍ଟିକା କାର୍ଯ୍ୟକ୍ରମ ସହ ସଡକ ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଅଛି । ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀଙ୍କ ନେତ୍ରୁତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଏକ ସଚେତନତା ରାଲି ମୁଖ୍ୟ ବଜାରରେ ଥିବା ରାମ ମନ୍ଦିର ଛକ ଠାରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟରେ ଶେଷ ହୋଇଛି । ସଡକ ସୁରକ୍ଷା ବାର୍ତ୍ତା ଦେଇ ଏହି ରାଲି ବାହାରିଥିବା ବେଳେ ବ୍ଲକ ଡ୍ରାଇଭର୍ ସଂଘ ଓ ସ୍ଥାନୀୟ ଜନ ପ୍ରତିନିଧି ମିଳିତ ଭାବେ ଏହି ରାଲିରେ ସାମିଲ ହୋଇଥିଲେ ।
















