No Result
View All Result
୧୮ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗାଲୋର :-> ପୂଜ୍ୟପୂଜାର ସଦ୍ୟତମ ଅଧ୍ୟାୟରେ ବାଙ୍ଗାଲୋର ଓଡିଆ ସାହିତ୍ୟ ସମାଜ ପାଳନ କରିଛି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ପାଳନ କରିଛି । ଓଡ଼ିଶାର ବରପୁତ୍ର ମାନଙ୍କୁ ପରପିଢ଼ି ମାନଙ୍କ ପାଖରେ ପରିଚିତ କରାଇବା ପାଇଁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସର୍ବଦା ପ୍ରଚେଷ୍ଟାରତ । ଉଚ୍ଚ ହେବା ପାଇଁ କର ଯେବେ ଆଶା…ଉଚ୍ଚ କର ଆଗେ ନିଜ ମାତୃଭାଷା….ଯେଉଁ କବିଙ୍କ ପଇଁ ଓଡ଼ିଶା ମାଟି ଓ ପ୍ରତିଟି ଓଡ଼ିଆ ଗର୍ବିତ, ଯେଉଁ କବିଙ୍କ ଲେଖନୀସୃତ ସର୍ଜନା ଓଡ଼ିଆ ସାହିତ୍ୟକୁ କରିଛି ରୁଦ୍ଧିମନ୍ତ, ସେହି ଯୋଗଜନ୍ମା କବି ହେଉଛନ୍ତି ସ୍ଵଭାବ କବି ଗଙ୍ଗାଧର ମେହେର । ଓଡ଼ିଆ ଭାଷା ସାହିତ୍ୟ ଓ ଓଡ଼ିଆ ଜାତି ଯେତେବେଳେ ସଙ୍କଟାପନ୍ନ ଥିଲା ସେତେବେଳେ ଅଭ୍ୟୁଦୟ ହୁଏ ସ୍ଵଭାବ କବିଙ୍କର । ଭାଷା ସାହିତ୍ୟର ଉଜ୍ଜ୍ବଳ ତାରକା ଗଙ୍ଗାଧର ମେହେରଙ୍କ କାଳଜୟୀ ସାହିତ୍ୟ ଯୁଗ ଯୁଗ ଧରି ସାହିତ୍ୟ ସ୍ରଷ୍ଟାଙ୍କୁ ପ୍ରେରଣା ଯୋଗାଇ ଆସିଛି ଓ ଆସୁଥିବ । ତାଙ୍କର ସୃଷ୍ଟିରେ କେତେବେଳେ ଆଦର୍ଶ ଭାବନା ମିଳେ , କେତେବେଳେ ଦେଶପ୍ରେମ କେତେବେଳେ ପ୍ରକୃତି ବର୍ଣ୍ଣନା ।
ଚୈତ୍ର ଅମାବାସ୍ୟା ଇହଲୀଳା ସମ୍ବରଣ କରିଥିବା ଓଡ଼ିଶା ମାଟିର ଏହି ବରପୁତ୍ରଙ୍କର ତିରୋଧାନ ଦିବସ ପାଳନ ଅବସରରେ ଆୟୋଜିତ ଏହି ପ୍ରାସଙ୍ଗିକ ସାହିତ୍ୟ ଆଲୋଚନା ଓ ବୈଠକରେ ଅନେକ ବିଶେଷ ଲେଖକ ଓ ଲେଖିକା ଆଲୋଚନାରେ ସହଭାଗିତା କରି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ପୁରୋଧା ଓ ପୂର୍ବତନ ବୈଜ୍ଞାନିକ ଶ୍ରୀ କାର୍ତ୍ତିକ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ଅଧ୍ୟକ୍ଷ ଓ ବୈଜ୍ଞାନିକ ଡ଼ଃ ଶରତ ଚନ୍ଦ୍ର ଦାଶ, ଡ଼ଃ ଜ୍ଞାନେଶ ମିଶ୍ର, ଶ୍ରୀମତୀ ସୌଭାଗିନୀ ରାୟ, ଡ଼ଃ ପାର୍ଥସାରଥୀ ଅଜୟ ବାରିକ, ଡ଼ଃ ଭଗଵାନ ଜୟସିଂ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଶ୍ରୀଯୁକ୍ତ ବିଜୟ କୃଷ୍ଣ ନନ୍ଦ, ଶ୍ରୀମତୀ ସ୍ନେହା ମିଶ୍ର, ଶ୍ରୀମତୀ ଡଲି ମହାପାତ୍ର,
ଶ୍ରୀମତୀ ତେଜସ୍ଵୀନୀ ପାତ୍ର, ଶ୍ରୀମତୀ ନାରାୟଣୀ ମିଶ୍ର, ଶ୍ରୀ ଲମ୍ବୋଦର ବେହେରା, ଶ୍ରୀ ପ୍ରଦୀପ ମହାପାତ୍ର, ଶ୍ରୀ ସ୍ତୁତିଦତ୍ତ ମିଶ୍ର ଶ୍ରୀ ପ୍ରଦ୍ୟୁମ୍ନ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ଆବାହକ ଓ ଅନୁଷ୍ଠାନର ସଭାପତି ଶ୍ରୀ ତାପସ ରାଜ୍ ମହାରଣାଙ୍କ ଅବାହାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବିତା ଓ ଗଳ୍ପ ପଠନ ସହିତ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କର ଐଶ୍ୱର୍ଯ୍ୟ ମୟ ସାହିତ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଶ୍ରୀ ସତ୍ୟବ୍ରତ ମିଶ୍ରଙ୍କ କଣ୍ଠରେ ଗଙ୍ଗାଧର ମେହେରଙ୍କ ରଚନା ଉପସ୍ଥିତ ସମସ୍ତ ସହିତ୍ୟାନୁରାଗୀଙ୍କୁ ଭାବବିହ୍ୱଳ କରିଦେଇଥିଲା । ଆଗତ ଭବିଷ୍ୟତରେ ଓଡିଶା ସାହିତ୍ୟ ଓ ସଂସ୍କୃତିକୁ ବିଶ୍ଵଦରବାରରେ ପ୍ରତିଷ୍ଠା କରାଇବା ପାଇଁ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପ୍ରଚେଷ୍ଟାରତ ରହିବ ବୋଲି ଅନୁଷ୍ଠାନର ସଦସ୍ୟ ମାନେ ଜଣାଇଛନ୍ତି ।

No Result
View All Result