No Result
View All Result
୦୮ ଏପ୍ରିଲ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍ଗାଲୋର :-> ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ଓ ଲୋକକଳା ସୁହୃଦ ପରିବାର ତରଫରୁ ଓଡ଼ିଆ ସିନେ ଜଗତର କିମ୍ବଦନ୍ତୀ ଅଭିନାୟକ, ପ୍ରବାଦ ପୁରୁଷ, ନିର୍ଦ୍ଦେଶକ, ପ୍ରଖ୍ୟାତ ଅଭିନେତା, ଔପନ୍ୟାସିକ,ଗୀତିକାର ଗାଳ୍ପିକ,କଥାକାର, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ପୂର୍ବତନ ମାନ୍ୟବର ସାଂସଦ ଡଃ ଶ୍ରୀ ପ୍ରଶାନ୍ତ ନନ୍ଦ ମହୋଦୟ ଙ୍କ ୭୭ ତମ ଜନ୍ମ ଦିବସ ଅଭାସୀ ମଞ୍ଚରେ ପାଳନ କରାଯାଇଛି । ରାଜନୀତିରୁ ଅବ୍ୟାହତି ନେବାପରେ ସିନେମା ଓ ଲେଖନୀ ଜଗତକୁ ଫେରି ଆସିଥିବା ଡ଼ଃ ପ୍ରଶାନ୍ତ ନନ୍ଦ ଶେଷ ପର୍ଯ୍ୟନ୍ତ ନିଜ ଜୀବନକୁ କଳା ଓ ସାହିତ୍ୟ ପାଇଁ ଉତ୍ସର୍ଗ କରିବେ ବୋଲି କହିଥିଲେ । ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ସଭାପତି ଶ୍ରୀ ତାପସ ରାଜ୍ ମହାରଣା ତଥା ଓମ ମହାପାତ୍ରଙ୍କ ସଞ୍ଚାଳନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେରିକା, ଲଣ୍ଡନ, ଦୁବାଇ , ନାଇଜେରିଆ ସହିତ ଅନେକ ଦେଶରୁ ଡ଼ଃ ପ୍ରଶାନ୍ତ ନନ୍ଦଙ୍କ ବିମୁଗ୍ଧ ଦର୍ଶକ ପ୍ରଶଂସକ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ ପ୍ରଯୋଜକ ଅକ୍ଷୟ ପରିଜା, ଅଭିନେତା ପ୍ରଯୋଜକ ମନୋଜ ପଣ୍ଡା, ଶିଳାଲେଖ ବିଶେଷଜ୍ଞ ଡ଼ଃ ଦେବାଶିଷ ମହାପାତ୍ର, ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଶ୍ରୀମତୀ ସୁବାସିନୀ ବାରିକ, ଅଭିନେତା ପପୁ ପମପମ୍ , ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି, ନାଟ୍ୟ ନିର୍ଦ୍ଧେଶକ ରାଜୁ ପାଢ଼ୀ, ସିନେ ନିର୍ମାତା ବିଶ୍ଵନାଥ ରଥ , ଶିଳ୍ପୀ କେଶୁ ଦାସ, ଲୋକ କଳା ଗୁରୁ ଆଲୋକ ବିଶୋଇ , ଦୁଵିଇରୁ ଅମିୟ ମିଶ୍ର, ପ୍ରବାସୀ ଓଡ଼ିଆ ଆୟରଲ୍ୟାଣ୍ଡରୁ ଶ୍ରୀମାରାଣି ଦାସ, ପ୍ରବାସୀ ଓଡ଼ିଆ ୟୁକେରୁ ପାର୍ଥ ପଣ୍ଡା ପ୍ରବାସୀ ଓଡ଼ିଆ ନାଇଜେରିଆ ରୁ ପ୍ରସନ୍ନ ଦାସ, କଣ୍ଠଶିଳ୍ପୀ ସୁସ୍ମିତା ଦାଶ, ଲେଖିକା ସୁଷମା ମିଶ୍ର, ସଙ୍ଗୀତ ନିର୍ଦ୍ଧେଶକ ଅସୀମ ପ୍ରଧାନ , ଅଭିନେତା ମଧୁସୂଦନ ମିଶ୍ର , ମୁଖ୍ୟ କଟକ ହେରିଟଜ୍ ୱାକ ଦୀପକ ସାମନ୍ତରାୟ, ଭାସ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥ , କବିରାଜ କୃଷ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ପୁତ୍ର ପ୍ରଶାନ୍ତ ତ୍ରିପାଠୀ, ଶ୍ରୀଯୁକ୍ତ ବିଜୟ କୃଷ୍ଣ ନନ୍ଦ, ବାଲୁକା ଶିଳ୍ପୀ ସତ୍ୟ ମହାରଣା, ଲେଖିକା ଦଲି ମହାପାତ୍ର, ପ୍ରାଧ୍ୟାପିକା ଅଳକା ମହାନ୍ତି ତଥା ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତିବିଶେଷ ଙ୍କ ସହିତ ଅନେକ ଲୋକକଳା ବିଶାରଦ, କଳାକାର ଯୋଗ ଦେଇ ଡ଼ଃ ପ୍ରଶାନ୍ତ ନନ୍ଦଙ୍କର ସୁସ୍ବାସ୍ଥ୍ୟ ଓ ଦୀର୍ଘଜୀବନ କାମନା କରିଥିଲେ ।

No Result
View All Result