No Result
View All Result
୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୟାଳିଶମୌଜା :-> ମୌଜା ଥାନା ଅନ୍ତର୍ଗତ ବହ୍ମପୁର ମୌଜାରେ ଅବସ୍ଥିତ ଉଫ ସେବାଶ୍ରମରେ ଅନ୍ତେବାସୀମାନଙ୍କୁ ସହାୟତା ଓ ମାନବ ସେବା ଭିତ୍ତିକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ସାମାଜିକ ସଂଗଠନ “ଛୋଟ ଏକ ପ୍ରୟାସ” ପରିବାର ସଦସ୍ୟମାନେ ଆଶ୍ରମର ଅନ୍ତେବାସୀମାନଙ୍କ ସେବା,
ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ଆଶ୍ରମର ପ୍ରତିଷ୍ଠାତା ଆନନ୍ଦ ମହାରଣା, ଚିନ୍ମୟୀ ପଟ୍ଟନାୟକ, ପିପୁଲ ଫର ସେବା ସଂଗଠନ ପରିଚାଳିକା ବିଦ୍ୟାଶ୍ରୀ ଦାଶ, ଗଣମାଧ୍ୟମ ପ୍ରତିନିଧି ପ୍ରଦୀପ୍ତ କୁମାର ଦାସ, ସମାଜସେବୀ ବସନ୍ତ କୁମାର ପଣ୍ଡା ଓ ପ୍ରଣବ କୁମାର ଦାସ ଉପସ୍ଥିତ ଥିଲେ।
No Result
View All Result