୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ,ସିକୋ :-> ବେଗୁନିଆ ବ୍ଲକ ଅନ୍ତର୍ଗତ କୁଞ୍ଜୁରୀ ପଞ୍ଚାୟତ ସଭା ଗୃହରେ ସାମାଜିକ ଅନୁଷ୍ଠାନ ପ୍ରୋଜେକ୍ଟ ପଏଣ୍ଟ ଓ ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ମିଳିତ ସହଯୋଗରେ ମଣ୍ଡଳ ସ୍ତରୀୟ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଗୁନିଆ ଅଞ୍ଚଳର ୧୫ ଗୋଟି ଗାଁ ର ପାଖାପାଖି ୧୨୦ରୁ ଉର୍ଦ୍ଧ୍ବ ମହିଳା, ବୟୋଜ୍ୟେଷ୍ଠ ବ୍ୟକ୍ତି, ଯୁବକ ଓ ଯୁବତୀ ଆସି ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ପଏଣ୍ଟର ଅଧ୍ୟକ୍ଷ ଡ଼ ସଂଗ୍ରାମ କେଶରୀ ସାମନ୍ତରାୟ ପରିଚାଳନା କରିଥିଲେ ।

ଭୋଟଦାତା ମାନେ କିଭଳି ଭୋଟ ଦେବେ ଆଉ ସଚେତନ ହେବେ, ତା ଉପରେ ଆଲଚନାଚକ୍ର ହୋଇଥିଲା । ଗ୍ରାମାଞ୍ଚଳରେ ଭୋଟର ମାନଙ୍କୁ ଆଗ୍ରହ ବଢେଇବା ପାଇଁ ସାମାଜିକ ଅନୁଷ୍ଠାନ ଆଗକୁ ଆସିବା ଦରକାର ବୋଲି ମୁଖ୍ୟ ଅତିଥି କୁଞ୍ଜୁରି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ପ୍ରଣତି ସାହୁ କହିଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନ ଶିକ୍ଷକ ପବିତ୍ରମୋହନ ଖାଡଙ୍ଗା ଓ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ପ୍ରଧାନ ସଚେତନତା ଆବଶ୍ୟକ ଉପରେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ ସଭ୍ୟା ରୁକ୍ମିଣୀ କର ଓ ପଞ୍ଚାୟତ ନିର୍ବାହ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ଯୋଜନା ଉପରେ କଥା ରଖିଥିଲେ । ନେହେରୁ ଯୁବ କେନ୍ଦ୍ର ଖୋର୍ଦ୍ଧାର ଜାତୀୟ ଯୁବ ସ୍ଵେଚ୍ଛସେବୀ ରଜନୀଗନ୍ଧା ସାମନ୍ତରାୟ ସଭାକୁ ପରିଚାଳନା କରିଥିଲେ। ଶେଷରେ ପ୍ରୋଜେକ୍ଟ ପଏଣ୍ଟର ଯୁବ ପରିଦର୍ଶକ ସତ୍ୟଜିତ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ବିଭିନ୍ନ ଗ୍ରାମରୁ ଆସିଥିବା କଳାକାର ମାନଙ୍କ ଦ୍ଵାରା ଭୋଟର ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।















