No Result
View All Result

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ପରିସରରେ ବୁଧବାର ସେବା ସଂକଳ୍ପ ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ, ବାରେଣ୍ୟ ଅତିଥିତୀ ଭାବେ ସିଡିଓ ଅକ୍ଷୟ ପିଲେ,ବିଡ଼ିଓ ଆୟୁଷି ପତି, ସିଡ଼ିପିଓ ଧନେଶ୍ୱରୀ ନାୟକ ଯୋଗଦେଇ ଥିଲେ l ବିପିଏମ ରୁଦ୍ର ପ୍ରତାପ ନନ୍ଦ ସଂଯୋଜନା କରିଥିଲାବେଳେ ସାମାଜିକ ସୁରକ୍ଷା ସହକାରୀ ଅଧିକାରୀ ବିଶ୍ୱଜିତ ବିଶ୍ୱାଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

ଏହିଅବଶରରରେ ବିଧlୟକ ଡ଼ଃ ଭୋଇ କହିଲେ ଗରିବ ଜନସାଧାରଣ ଓ ପ୍ରଶାସନ ଭିତରେ ବିଭେଦ ନରହୁ ପ୍ରତିଟି ଯୋଜନା ଯେପରି ଠିକ ଗରିବ ଲୋକଙ୍କ ପାଖରେ ପହଂଚିବ ସେଥିପ୍ରତି ଦୃଷ୍ଟିଦେବା ଦରକାର l ପ୍ରଧାନ ମନ୍ତ୍ରୀ ଆବାସ ଯେପରି ସଠିକ ଲୋକଙ୍କ ପାଖରେ ପହଂଚି ପାରିଲାନାହିଁ ତାହା ଅତ୍ୟନ୍ତ ଦୁଃଖଦାୟକ ସେଥିପାଇଁ ମୁଁ ହାଇକୋର୍ଟ ପର୍ଯ୍ୟନ୍ତ ଜୀବି ଗରିବ ଲୋକଙ୍କ ପାଇଁ ସଂଗ୍ରାମ କରିବି ବୋଲି ଚେତାବନୀ ଦେଇଥିଲେ l

ତେବେ ବର୍ତ୍ତମାନ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ସେବା ସଂକଳ୍ପ ସେତୁ ମାଧ୍ୟମରେ ଯେପରି ଯୋଜନା ଠିକ ଗରିବ ଲୋକଙ୍କ ପାଖରେ ପହଞ୍ଚେ ସେଥିପ୍ରତି ପ୍ରସାଦନ ଦୃଷ୍ଟି ଦେବା ଦରକାର l ଏହିକାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ, ଅନ୍ତ୍ୟୋଦ୍ୟ ଗୃହ ଯୋଜନା, ଦିବ୍ୟାଙ୍ଗ ସହାୟତା, ସ୍ଵଛତାହିଁ ସେବା, ଖାଦ୍ୟ ଯୋଗାଣ ବିଭାଗ, କୃଷି ବିଭାଗରେ ଥିବା ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଥିଲା l

ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ମାନଙ୍କର ପରୀକ୍ଷା ନିରୀକ୍ଷା କରାଯଇଥିଲା l 6 ଏସ ଏଚ ଜି ଗୋଷ୍ଠି ଙ୍କୁ 11 ଲକ୍ଷ୍ୟ ଟଙ୍କାର ଚେକ ପ୍ରଦାନ କରାଯାଇଥିଲା l ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ସାମଗ୍ରୀ, ରେସନ କାର୍ଡ, ଭତ୍ତା, ବଣ୍ଟନ ଅଙ୍ଗନବାଡି ପକ୍ଷରୁ ପିଠା ପ୍ରଦର୍ଶନ କରାଯାଇଥିଲା l

No Result
View All Result