No Result
View All Result

ରଣପୁର (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଇଣ୍ଡିଆ ମେଣ୍ଟ ଡ଼ାକରାରେ ଅନୁଷ୍ଠିତ ଓଡ଼ିଶା ବନ୍ଦ ପରୀପ୍ରେକ୍ଷୀ ରେ ରାଜ ସୁନାଖଳା ଠାରେ ସକାଳ ୭ ଟା ୧୫ ରୁ ୮ଘଟିକା ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ରେଳ ରୋକ୍ କରାଯାଇ ଥିଲା । ଆନ୍ଦୋଳନ କାରୀ ମାନେ ରେଳ ଧାରଣା ଉପରେ ଶୋଇ ରହିବା ସହିତ ଓଡ଼ିଶା ସ୍ୱାର୍ଥ ବିରୋଧୀ ଖଣି ଓ ଖଣିଜ ସମ୍ପଦ ସଂସୋଧନ ଆଇନ ବା (ଏମ୍ ଏମ୍ ଡି ଆର) ଆଇନ ତୁରନ୍ତ ବାତିଲି, ଭୋଟ ଚୋର ନିର୍ଵାଚନ କମିଶନ୍ ଗ୍ୟାନେସ କୁମାର ଙ୍କୁ ବରଖାସ୍ତ,

ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଇସ୍ତଫା ଓ ଓଡ଼ିଶାରେ ବନ୍ୟା ପ୍ରପୀଡ଼ିତ ଙ୍କୁ ବ୍ୟାପକ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ନାରା ମାନ ଦେଇଥିଲେ । ରଣପୁର ର ଅତିରିକ୍ତ ଥାନାଧିକାରିଣୀ ସଂଘମିତ୍ରା ଚାନ୍ଦ, ଫାଣ୍ଡି ଅଧିକାରୀ ହେମନ୍ତ ପ୍ରଧାନ ଓ ରେଲୱେ ପୋଲିସ ଆଦି ଆନ୍ଦୋଳନ କାରୀ ମାନଙ୍କୁ ବୁଝାଶୁଝା କରିବା ରେ ରେଳ ରୋକ୍ ହଟିଥିଲା । ତା’ ପରେ ଶତାଧିକ ଆନ୍ଦୋଳନକାରୀ ରାଜ ସୁନାଖଳା ଓ ରଣପୁର ରେ ଥିବା ସରକାରୀ ଓ ବେସରକାରୀ ବ୍ୟାଙ୍କ,

ବ୍ଳକ ଓ ତହସିଲ କାର୍ଯ୍ୟାଳୟ,ଡାକ ସେବା ଅଫିସ ସମ୍ମୁଖରେ ପିକେଟିଙ୍ଗି କରି ସମ୍ପୂର୍ଣ୍ଣ ବନ୍ଦ କରିଥିଲେ । ଆନ୍ଦୋଳନ କାରୀ ମାନେ ସୁନାଖଳା ଠାରେ ୫୭ ନମ୍ବର ଜାତୀୟ ରାଜପଥ ସହ ସୁନାଖଳା ଚାନ୍ଦପୁର ରାସ୍ତା ଓ ଜଗନ୍ନାଥ ସଡ଼କ କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରିଥିଲେ । ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ।

ସୁନାଖଳା ଓ ରଣପୁର ବଜାର ରେ ପିକେଟିଙ୍ଗି କରିବାରେ ବ୍ୟବସାୟୀ ମାନେ ଆନ୍ଦୋଳନକୁ ନୈତିକ ସମର୍ଥନ କରିବାରେ ରଣପୁର ଓ ସୁନାଖଳା ଅଞ୍ଚଳରେ ଓଡ଼ିଶା ବନ୍ଦ ସଫଳ ହୋଇଥିଲା । ଓଡ଼ିଶା ବନ୍ଦକୁ ଜନଗଣଙ୍କର ଏଭଳି ଅଦ୍ଭୁତ ପୂର୍ଣ୍ଣ ସମର୍ଥନ ପାଇଁ ଇଣ୍ଡିଆ ମେଣ୍ଟ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି । ରଣପୁର ଓ ସୁନାଖଳା ରେ ଯୁବକ, ଛାତ୍ର,କୃଷକ, ଶ୍ରମିକ ଓ ମହିଳା ମାନେ ବ୍ୟାପକ ଭାବେ ଓଡ଼ିଶା ବନ୍ଦ ରେ ସାମିଲି ହୋଇଥଲେ ।

ଏହି ପରିପ୍ରେକ୍ଷୀରେ ଶ୍ରମିକ ନେତା ସୁରେଶ ସ୍ବାଇଁ, ସବ୍ୟସାଚୀ ସେନାପତି , ସଂଯୁକ୍ତା ସେଠୀ ଓ କଂଗ୍ରେସ ନେତା ଦାଶରଥି ମାହାପାତ୍ର ଙ୍କ ନେତୃତ୍ୱରେ ରେଳ ରୋକ ହୋଇଥିଲା ବେଳେ ସିପିଆଇ (ଏମ୍ ) ନେତା ନିତ୍ୟାନନ୍ଦ ପରିଡ଼ା, ଦୁଃଶାସନ ଜେନା, କଂଗ୍ରେସ ନେତା ଶତୃଘନ ପାଇକରାୟ, ଅନିଲ୍ ପ୍ରଧାନ, ପ୍ରଶନ୍ନ ସାମନ୍ତରାୟ,କଳ୍ପତରୁ ନାୟକ, କୃଷକ ନେତା ଗଦାଧର ପ୍ରଧାନ, ଶୁଶିଲ ମହାନ୍ତି, କୁଳମଣି ପଲେଇ ପ୍ରମୁଖ ବିଭିନ୍ନ ସ୍ଥାନରେ ନେତୃତ୍ୱ ନେଇଥିଲେ ।


No Result
View All Result