ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ), ରିପୋର୍ଟ -ସୋନାଲି :- ସାଧାରଣତଃ ଶୀତ ଋତୁ ଓ ବର୍ଷା ଋତୁର ମଜାନେବାକୁ ଯାଇ ଲୋକେ ଅଦା ପକା ଚା’ ପିିଇଥା’ନ୍ତି । କାରଣ ଏହା ଏହି ଋତୁର ମଜାକୁ ଅଦା ଚା’ ଦ୍ୱିଗୁଣିତ କରିଦେଇଥାଏ । କେବଳ ଯେ ଚା’ ତାହା ନୁହେଁ, ଅନେକ ପ୍ରକାରର ବ୍ୟଞ୍ଜନରେ ମଧ୍ୟ ଆମେ ଅଦାର ବ୍ୟବହାର କରିଥାଉ । ଯାହାକି ଖାଦ୍ୟର ସ୍ୱାଦକୁ ବଦଳାଇଦେଇଥାଏ । ଅଦା ଆମ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହିତ ସୌନ୍ଦର୍ୟ୍ୟ ଲାଗି ବେଶ୍ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଅଦାରେ ରହିଥିବା ବିଶେଷ ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି । ତେଣୁ ଆପଣ ଯଦି ଆପଣଙ୍କ କେଶଜନିତ କୌଣସି ସମସ୍ୟା ଲାଗି ଚିନ୍ତାରେ ପଡ଼ିଥା’ନ୍ତି ତ, ତେବେ ଅଦାର ପ୍ରୟୋଗ କରିପାରନ୍ତି । ଜାଣନ୍ତୁ କେଶରେ ହେଉଥିବା ସମସ୍ୟା ଲାଗି କିଭଳି ଅଦାର ପ୍ରୟୋଗ କରାଯାଇଥାଏ ।
୧-ସକାଳୁ ଉଠି ଖାଲିପେଟରେ ଅଦା ଖାଇବା ଦ୍ୱାରା କେଶରେ ପ୍ରାକୃତିକ ଚମକ ଆସିଥାଏ ।
୨-ଅଦା ରସରେ ଲେମ୍ବୁ ରସକୁ ମିଶାଇ ଲଗାଇବା ଦ୍ୱାରା ବି କେଶକୁ ଅନେକ ଫାଇଦା ମିଳିଥାଏ ।
୩-ତେଣୁ ବଜାରରେ ମିଳୁଥିବା ଅଦାରୁ ପ୍ରସ୍ତୁତ ତେଲକୁ ଆଣି ଆପଣଙ୍କ କେଶରେ ଲଗାନ୍ତୁ । କାରଣ ଅଦାରେ ଆଣ୍ଟିବ୍ୟାକ୍ଟେରିୟାଲ୍ ଗୁଣ ନିହିତ ରହିଥାଏ, ଯାହାକି କେଶକୁ କର୍କଶ ହେବାକୁ ଦିଏନାହିଁ ।
୪- ଏଥିସହିତ ଅଦାର ଗଣ୍ଠିକୁ କେଶମୂଳରେ ଘଷିବା ଦ୍ୱାରା ବି କେଶ ଝଡ଼ିବା ବନ୍ଦ ହୋଇଥାଏ ।
୫-କେଶକୁ ଘନ ଓ ଲମ୍ବା ହେବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ ଅଦା ।
୬-ଏହାସହିତ ରୂପି ସମସ୍ୟା ହେଉଥିଲେ ଆପଣ ଅଦା ରସକୁ ୧୦ ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ଆପଣଙ୍କ କେଶମୂଳରେ ମାଲିସ୍ କରି ଛାଡିଦିଅନ୍ତୁ । ଏହାପରେ ଆପଣଙ୍କ କେଶକୁ ସାମ୍ପୁ ସାହାଯ୍ୟରେ ଧୋଇଦିଅନ୍ତୁ ।
୭- ଦୁଇମୁହାଁ କେଶ ସମସ୍ୟା ଲାଗି ବି ଅଦାର ରସ ବହୁତ ଲାଭକାରୀ ।
୮-ତେବେ କେଶରେ ଚମକ ଆଣିବାକୁ ଚାହୁଁଥିଲେ ଅଦା ରସ ସହିତ ଅଲିଭ୍ ତେଲକୁ ମିଶାଇ ୧ ଘଣ୍ଟା ପର୍ୟ୍ୟନ୍ତ ଛାଡିଦିଅନ୍ତୁ । ଏହାପରେ ଆପଣ କେଶକୁ ଧୋଇଦିଅନ୍ତୁ ।