No Result
View All Result
୧୯ ଫେବୃଆରୀ ୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଜଂକିଆ :-> ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ସିକୋ ଚଣ୍ଡୀ ମନ୍ଦିର ନିକଟରୁ ଆଜି ଏକ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟରକୁ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ କି ଆଜି ପୋଲିସ ପାଟ୍ରୋଲିଙ୍ଗ କରୁଥିବାବେଳେ ରଣପୁର ଥାନା ମୟୁରଝଲିଆ ଆଡୁ ଏକ ପଥର ବୋଝେଇ ଟ୍ରାକ୍ଟର ଆସୁଥିବାର କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଇଆଇସି ପ୍ରଜ୍ଞା ରିତମ୍ଭରା କର ନିର୍ଦ୍ଦେଶରେ ସିକୋ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ଏହାକୁ ଅଟକାଇ ଥିଲେ।

ପରେ କାଗଜ ପତ୍ର ଯାଞ୍ଚ କରିବାରେ ପଥର ନେବା ପାଇଁ ଉଦ୍ଦିଷ୍ଟ କାଗଜ ନ ଥିବାରୁ ଗାଡ଼ିକୁ ଜବତ୍ କରିଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ଜଂକିଆ ଥାନା କେସ ନଂ ୭୯/୨୪ ରେ ମାମଲା ରୁଜୁ ହୋଇଛି।

No Result
View All Result