୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଗାଁ ଠାରୁ ସହର ସବୁଠାରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପାରମ୍ପରିକ ବାଦ୍ୟ ଖୋଳ, ଘଣ୍ଟବାଜା ସାଙ୍ଗକୁ ନୃତ୍ୟ ହରିବୋଲ ହୁଳହୁଳିରେ କମ୍ପି ଉଠୁଥିଲା ଜୟ ଜଗନ୍ନାଥ ଅର୍ପଣ ରଥର ଶୋଭାଯାତ୍ରା । କଟକ ସଦର ନିର୍ବାଚନ ମଣ୍ଡଳୀ ସିଏମସି ୫୯ ନମ୍ବର ୱ।ର୍ଡ଼ ରାମନଗର ଗ୍ରାମରେ ଜୟ ଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିଥିଲା । ୫୯ ନମ୍ବର ୱ।ର୍ଡ଼ କର୍ପୋରେଟର ମମତା ମହାନ୍ତି , ସିଏମସି ଡେପୁଟି କମିଶନର ସୁମନ୍ତ କର , ଡେପୁଟି କମିଶନର ସୁକାନ୍ତ ବେଉରା, ଡେପୁଟି କମିଶନର ଶ୍ୱେତସିଗନ୍ନ୍ଧା

ମାଡାମ, ୱ।ର୍ଡ଼ ଅଫିସର ଚିତ୍ତରଞ୍ଜନ ପରିଡ଼ା , ସିଓ ସୁନିତା ସାହୁ, ଏସ ଆଇ ମନୋରଞ୍ଜନ ମହାନ୍ତି, ପ୍ରଦୀପ ସାମନ୍ତରାୟ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ବିଜେଡି ୱ।ର୍ଡ଼ ସଭାପତି ଞାନ ରଞ୍ଜନ ସାହୁ , ସ୍ୱଚ୍ଛ ସାଥୀ ସୁଜାତା ମହାନ୍ତି, କଳ୍ପନା ମହାନ୍ତି, ସୁଚିତ୍ରା ପତି, ଜଳସାଥୀ, ଟ୍ୟାକ୍ସ କଲେକ୍ଟ ସାଥୀ, ମିଶନ ଶକ୍ତି ସଭାପତି ଡ଼ଲି ସାହୁ, ଜବିର ସାଙ୍କ ସମେତ ରାମନଗର, ନୂଆପାଟଣା ବମ୍ଫକୁଦ,

ମୁଗଭଙ୍ଗା ଗ୍ରାମର ପୁରୁଷ ମହିଳା ଯୁବକ ମାନେ ଅର୍ପଣ ରଥ ଶୋଭାଯାତ୍ରାରେ ସାମିଲ ହୋଇ ଘରକୁ ଘର ବୁଲି ଅରୁଆ ଚାଉଳ , ଗୁଆ ସଂଗ୍ରହ କରିଥିଲେ । ଏହି ରଥ ବିଭିନ୍ନ ଗ୍ରାମରେ ପହଞ୍ଚି ମାତ୍ରେ ହରିବୋଲ ,ହୁଳହୁଳି ଶଙ୍ଖ ଧ୍ୱନୀରେ ଗ୍ରାମରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେବ । ଏନେଇ ସାରା ରାଜ୍ୟରେ ବିଭିନ୍ନ ପଞ୍ଚାୟତର ଘରକୁ ଘର ବୁଲୁଛି ଅର୍ପଣ ରଥ । ଅର୍ପଣ ରଥ ଗଲାବେଳେ ଗ୍ରାମ ଦାଣ୍ଡ ଜୟ ଜଗନ୍ନାଥ ଉଚାରଣ ସହିତ ହରିବୋଲ ହୁଳହୁଳିରେ କମ୍ପି ଉଠୁଥିଲା । ଏହି ପରିକ୍ରମା ଯାତ୍ରା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଥିଲା ।















