୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ପ୍ରତାପନଗରୀ ଗ୍ରାମ ନିକଟରେ , ବେଆଇନ ଭାବେ ବସାଯାଇଥିବା କଂକ୍ରିଟ ମିକ୍ସ ପ୍ଲାଣ୍ଟକୁ ବିରୋଧ କରି ସୋମବାର ଦିନ ପ୍ରତାପନଗରୀ ଗ୍ରାମ ବାସୀଙ୍କ ପକ୍ଷରୁ ଗଣ ଧାରଣା ଦିଆଯାଇଥିଲା । ପ୍ରତାପନଗରୀ ଗ୍ରାମ୍ୟ ଉନ୍ନୟନ କମିଟିର ସାଧାରଣ ସଂପାଦକ ପ୍ରମୋଦ କୁମାର ବେହେରାଙ୍କ ନେତୃତ୍ବରେ ଗ୍ରାମର ଯୁବକ ଏବଂ ମହିଳା ମାନେ ଗଣଧାରଣାରେ ବସି ,

ସ୍ଥାପନ କରାଯାଇଥିବା ବେଆଇନ କଂକ୍ରିଟ ମିକ୍ସ ପ୍ଲାଣ୍ଟ ଏଠାରେ କାର୍ଯ୍ୟ କାରୀ ହେଲେ ଏଠାରେ ବ୍ୟବହୃତ ହେଉଥିବା ସିମେଣ୍ଟ ଗୁଣ୍ଡ ଉଡ଼ି ଆଜମା ଭଳି ମାରାତ୍ମକ ରୋଗରେ ପ୍ରତାପନଗରୀ, ଭାଣପୁର ଏବଂ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଆକ୍ରାନ୍ତ ହେବେ । ଏନେଇ ଗ୍ରାମ ବାସୀଙ୍କ ପକ୍ଷରୁ ଦୃଢ ବିରୋଧ କରାଯାଇଛି ।

ଏବିଷୟରେ କଂକ୍ରିଟ ମିକ୍ସ ପ୍ଲାଣ୍ଟର କତୃପକ୍ଷ ଗ୍ରାମ ବାସୀଙ୍କ ସହ ଆଲୋଚନା ନକରି ଏତେ ବଡ ପଦକ୍ଷେପ କାହା ଛତ୍ରଛାୟା ତଳେ ରହି ପ୍ଲାଣ୍ଟ ସ୍ଥାପନ କଲେ , ସେନେଇ ପ୍ରଶ୍ନ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହାକୁ ବନ୍ଦ ନକଲେ ଆଗାମୀ ଦିନରେ ଗ୍ରାମ ବାସୀଙ୍କ ପକ୍ଷରୁ ବଡ଼ଧରଣ ଆନ୍ଦୋଳନ କରାଯିବା ବୋଲି ଚତାବନୀ ଦେଇ ଛନ୍ତି ।

ଗଣଧାରଣାର ଖବର ପାଇ ସିଏମସି ୫୮ ନମ୍ବର ୱ।ର୍ଡ଼ରକର୍ପୋରେଟର ଜନାର୍ଦ୍ଦନ ପରିଡ଼ା ପହଞ୍ଚି ଗଣଧାରଣା ରେ ବସିଥିବା ପ୍ରତାପନଗରୀ ଗ୍ରାମର ଯୁବକ ଓ ମହିଳାଙ୍କ ସହ ଆଲୋଚନା କରିବା ସହ, ସ୍ଥାପନ କରାଯାଇଥିବା କଂକ୍ରିଟ ମିକ୍ସ ପ୍ଲାଣ୍ଟ ର କତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବାରୁ ଗଣ ଧାରଣାରେ ବସିଥିବା ବ୍ୟକ୍ତି ମାନେ ଧାରଣାରୁ ଉଠିଥିଲେ ।

ଏହି ଗଣଧାରଣାରେ ସୁରେଶ ରାଉତ, ଅଶୋକ ସ୍ୱାଇଁ, ମାଧବ ଜେନା, ଭରତ ବେହେରା, ଅତୁଲ୍ୟ ରାଉତ, ସନାତନ ଦାସ , ସବିତା ରାଉତ, ଧୂଳେଶ୍ୱର ବେହେରା, ନିରଞ୍ଜନ ରାଉତ, ଦିଲ୍ଲୀପ ରାଉତ, ଶ୍ରୀଚରଣ ବେହେରା ପ୍ରମୁଖ ଯୋଗ ଦେଇ ଗଣ ଧାରଣରେ ବସିଥିଲେ ।














