ସଫଳ ହେଲାନି ଶୋଭନଙ୍କର ବନ୍ଧୁମିଲନ : ମାହାଙ୍ଗା ଛାଡି ବଡଚଣାରେ କଲେ ବୈଠକ
ବିଫଳହେଲା ଶୋଭନଙ୍କ ବନ୍ଧୁମିଲନ – ମିଳିଲାନି ଜନସମର୍ଥନ
ମାହାଙ୍ଗା ରୁ ହଟିଲା ଅଶାନ୍ତି ର ବାତାବରଣ – ଦେଖିବାକୁ ମିଳିଲା ବଡ଼ଚଣା ରେ ।
୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାହାଙ୍ଗା :-> ବିଧାନ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତିକି ସରଗରମ ହେଉଛି, ଆସନ୍ତା ନିର୍ବାଚନରେ ଦଳୀୟ ଟିକେଟ ପାଇଁ ଏବେ ଠାରୁ ଲବି ଆରମ୍ଭ ହୋଇ ଗଲାଣି, ଏବେ ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁତ୍ର ଶୋଭନ କର ଚାକିରୀ ଛାଡି କିଛି ଦିନ ହେବ ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନ ବଜାୟ ରଖିବାକୁ ପ୍ରୟାସ ଜାରି ରଖିଥିବାବେଳେ ତାହା ସଫଳ ହେଉନି,
ମାହାଙ୍ଗାର ବଦନାମ କର୍ମୀଙ୍କୁ ନେଇ ଏବେ ବଡଚଣା ବ୍ଲକ ବାଳୀଚନ୍ଦ୍ରପୁର ଥାନା ଓଳାଶୁଣୀ ପାହାଡ଼ ତଳେ ବନ୍ଧୁମିଲନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ, ଆଶା ଥିଲା ମାହାଙ୍ଗା ସୀମାରେ ବୈଠକ କଲେ କାଳେ ବିଜେଡି କର୍ମୀ ସେଠାକୁ ଯିବେ, ହେଲେ ଶୋଭନଙ୍କ ଚାରିପଟେ ଘେରି ରହିଥିବା ବିଜେଡି ବିରୋଧୀ ଭଙ୍ଗୁରି ନେତାଙ୍କ ପାଇଁ ସାଧାରଣ କର୍ମୀ ମୁହଁ ବୁଲେଇ ଦେଇଛନ୍ତି, ମହାଙ୍ଗାରୁ ବିଜେଡି ବିଧାୟକ ପାର୍ଥି ହେବା ପାଇଁ ସଭାସମିତିରେ ପରୋକ୍ଷରେ ସୂଚନା ଦେଉଥିବାବେଳେ ପ୍ରକୃତ ପକ୍ଷେ ଶୋଭନ ମାହାଙ୍ଗାର ବିଜେଡି ବିରୁଦ୍ଧରେ ଷଡଯନ୍ତ୍ର ରଚୁଛନ୍ତି,
ଯେଉଁ ମାନେ ପ୍ରତିଦିନ ବିଜେଡି ବିରୁଦ୍ଧରେ ସର୍ବତ୍ର ନାରବାଜି ଦେଉଛନ୍ତି ସେଇ ମାନେ ଏବେ ଶୋଭନଙ୍କ ମୁଖ୍ୟ ପରାମର୍ଶ ଦାତା ହୋଇଛନ୍ତି, ଯେଉଁ କୁଜି ନେତା ବିଗତଦିନରେ କଂଗ୍ରେସ, ବିଜେଡି ଓ ବିଜେପି ଦଳରେ ରହି ଦଳକୁ ରସାତଳ ଗାମୀ କରିଥିବାରୁ ଦଳରୁ ତଡାଖାଇ ଏଘରମାଉସୀ ସେଘରପିଉସୀ ହେଉଛନ୍ତି ସେଇ ମାନେ ଏବେ ଶୋଭନଙ୍କୁ ନିଜ ଜାଲରେ ପକାଇ ବିଜେଡି ବିରୁଦ୍ଧରେ ଷଡଯନ୍ତ୍ର ରଚୁଛନ୍ତି,
ଯେଉଁ ଦାଗି ନେତାଙ୍କ ନାମରେ ମାଳମାଳ ଅପରାଧିଜ ମାମଲା ରହିଛି ସେମାନେ ଏବେ ଶୋଭନଙ୍କ ବାହୁଛତ୍ରଛାୟା ତଳେ ରହି ମାହାଙ୍ଗା ରେ ବିଜେଡିକୁ ବଦନାମ କରୁଛନ୍ତି, ଏହି କାର୍ଯ୍ୟ ଯୋଗୁ ଏବେ ସାରା ମାହାଙ୍ଗା ନିବର୍ବାଚନ ମଣ୍ଡଳୀରେ ବିଜେଡି ମହଲରେ ଅସନ୍ତୋଷ ଦେଖାଦେଇଛି, ଯାହାକି ପ୍ରମାଣ କରିଛି ଓଳାଶୁଣୀ ବୈଠକରେ, ଏହି ବୈଠକରେ ଜଣେ ବଡଚଣା ଅଂଚଳର ଅସାମାଜିକ ବ୍ୟକ୍ତି ଦିଲୀପ ସାହୁ ଯିଏକି ଏବେ ଜଣେ ନାବାଳିକା ଅପହରଣ ହେବା ଓ ତାକୁ ବିଭାହ ପାଇଁ ଚାପ ପକାଇବା ଘଟଣାରେ ବଡଚଣା ଥାନା ଅଧିକାରୀ ଗିରଫକରି କୋର୍ଟ ଚାଲାଣ କରିଥିଲେ,
ସେ ଅସମାଜିଜ ବ୍ୟକ୍ତି ଶୋଭନଙ୍କ ବୈଠକରେ ଯୋଗଦେଇ ମାହାଙ୍ଗା ବିଜେଡି ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଆଲୋଚନା ହେଉଛି, ଏପରିକି ମାହାଙ୍ଗା କୁଅଁପାଳ ଠାରେ କିଛି ମହିଳାଙ୍କୁ ଅସୌଜନ୍ୟ ବ୍ୟବହାର କରିବା ଘଟଣାରେ ଜଡ଼ିତ ଜଣେ ପୂର୍ବତନ ସମିତି ସଭ୍ୟ ମଧ୍ୟ ଉପସ୍ଥିତ ରହିଥିଲେ, ତାଙ୍କ ନାମରେ ମଧ୍ୟ ଅପରାଧିକ ମାମଲା ବିଚାରଧୀନ ରହିଛି, କହିବାକୁ ଗଲେ ଏହି ବୈଠକରେ ଅର୍ଦ୍ଧାଧିକ ଖଳପକୃତିର ବ୍ୟକ୍ତିମାନେ ଉପସ୍ଥିତ ଥିବା ଫଟୋରୁ ସ୍ପଷ୍ଟ ବାରି ହୋଇଛି,
ସବୁ ଠାରୁ ବଡ କଥା ହେଲା ଯେଉଁ ନେତା କଟକ ଜିଲ୍ଲା ବିଜେଡି ର ଉପସଭାପତି ଏବେ ରହିଛନ୍ତି ସେ ମଧ୍ୟ ଏହି ମାହାଙ୍ଗା ବିକାଶ ବିରୋଧୀ ଗୋଷ୍ଟିରେ ସମିଲହୋଇ କାର୍ଯ୍ୟ ଜରିରଖିଛନ୍ତି, ତୁରନ୍ତ ଦଳ ଏହି ନେତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ଅନେକ ଅପରାଧିକ କାର୍ଯ୍ୟ ଘଟିବାର ଆଶଙ୍କା ଦେଖାଦେଇଛି, ସର୍ବୋପରି କହିବାକୁ ଗଲେ ଶୋଭନ ଏବେ ସମ୍ପୂର୍ଣ ବିଜେଡି ବିରୋଧୀ ଗୋଷ୍ଠୀର ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇ ଅସାମାଜିକ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସମଗ୍ର ମାହାଙ୍ଗାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି,
ବିଶେଷ କରି ବିଜେପି ଓ କଂଗ୍ରେସ ସହ ଜଡିତ ଥିବା ଖଳଲୋକ ଏବେ ଶୋଭନ ଙ୍କ ହାତବାରିଷୀ ସାଜି ମାହାଙ୍ଗା ବିଜେଡି ବିରୁଦ୍ଧରେ କାର୍ଯ୍ୟ କରୁଥିବା ଆଲୋଚନା ହେଉଛି, ସବୁଠାରୁ ବଡ଼ କଥା ଯେଉଁ ଦିଲୀପ ସାହୁଙ୍କୁ ଉଛ ନ୍ୟାୟାଳୟ ବଡଚଣା ବ୍ଲକ ବାହାରକୁ ନଯିବାପାଇଁ ବାରଣ କରିଛନ୍ତି ସେଇ ବ୍ୟକ୍ତି ଏବେ ମାହାଙ୍ଗା ବ୍ଲକ କୁ ଆସି ଶୋଭନଙ୍କ ସହ ବୈଠକ କରୁଥିବା ଦେଖିବାକୁ ମିଳିଛି.