ବିଳମ୍ବିତ ରାତିରେ ଏକ କଣ୍ଟେନରରେ ୭୦ଟି ଗୋରୁ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ଜଂକିଆ ପୋଲିସ ୧୬ନମ୍ବର ଜାତୀୟ ରାଜପଥ ସୁନେଇରୂପେଇ ଠାରେ ଅତର୍କିତ ଚଢାଇ କରି କଣ୍ଟେନର ଗାଡିଟିକୁ ଧରିବାରେ ସଫଳ ହୋଇଛି । ପୋଲିସ ଗୋରୁ ସହିତ ଗାଡିକୁ ଜବତ କରି ଗୋରୁଗୁଡିକ ବୋଲଗଡର ଏକ ଗୋଶାଳାରେ ଛାଡିଛି।ତିନିଜଣ ଅଭିଯୁକ୍ତ ପୋଲିସର ଚଢ଼ାଉ ଦେଖି ଦୈ।ଡି ଫେରାର ହେଉଥିବା ବେଳେ ପୋଲିସ ୩ଜଣଙ୍କୁ ଧରିଵାରେ ସଫଳ ହୋଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ଉତ୍ତରପ୍ରଦେଶର ଥାନାରେ ମୁସ୍ତାକିମ ଶାହା,ମିର ହୁସେନ,ସାହାରୁଖ ମଲ୍ଲିକ।ପୋଲିସ ଥାନାରେ ୯/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
© 2023 Odisha Taza News.