
ହିଞ୍ଜିଳିକାଟୁ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଦୁରାରୋଗ୍ୟ ଏସଏମଏ – ଟାଇପ -୨ ରେ ଆକ୍ରାନ୍ତ ୧୨ ମାସର ଶିଶୁ କନ୍ୟା ତ୍ରିଶିକା ମନଭି ରାଏଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ହେତୁ ଶିଶୁ କନ୍ୟାର ବାପା ଓ ମା ସୋସିଆଲ ମିଡିଆର ସାହାରା ନେଇ ସାଧାରଣ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଆକୁଳ ନିବେଦନ କରିଥିବା ବାର୍ତ୍ତା ଏବେ ସବୁଆଡେ ଘୁରି ବୁଲୁଛି । ଏହାକୁ ଦୃଷ୍ଟିରେ ରଖି ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ଗ୍ରାମର କିଛି ସ୍କୁଲ ପିଲା ପୀଡ଼ିତା ଶିଶୁ କନ୍ୟାର ଚିକିତ୍ସା ଲାଗି ଆର୍ଥିକ ସହାୟତା ପ୍ରଦାନ ପାଇଁ ସହଯୋଗର ହାତ ବଢାଇଛନ୍ତି ।















