ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ଏକ ଦା ଶାନ୍ତି ଶୃଙ୍ଖଳା ର ସହ ଉତ୍ତମ ରୋଗୀ ସେବାରେ ପ୍ରସିଦ୍ଧି ଅର୍ଜନ କରିଥିବା 1958ମସିହାରେ ସ୍ଥାପିତ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ 2014ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରା ସାଧାରଣ ଚିକିତ୍ସାଳୟ ରେ ପରିଣତ ହେବା ପରଠାରୁ କେବଳ କେତେକ କୋଠା ବାଡ଼ି ନିର୍ମାଣ ବ୍ୟତୀତ କୌଣସି ମୌଳକ ସମସ୍ୟା ର ସମାଧାନ କରାଯିବା ପରିବର୍ତ୍ତେ ରାଜ୍ୟ ସରକାର ଏହାକୁ ଏକ ପୋଷ୍ୟ ଅନୁଷ୍ଠାନ ରୂପେ ଦେଖୁଥିବା ପରିଲକ୍ଷିତ ହେଉଛି. ଦୀର୍ଘ ଦିନ ପର୍ଯ୍ୟନ୍ତ ଜଣେ ଅଧିକ୍ଷକ ଏଠାରେ ନିଯୁକ୍ତ ଥିଲେ ମଧ୍ୟ ତାଙ୍କୁ ଏଠାରେ ଦେଖିବାକୁ ମିଳୁନଥିଲା.

ସେ ଏଠାରୁ ଅବ୍ୟାହତି ନେବା ପରେ ଦା ପି. କେ. ଚିନରା ଦାୟିତ୍ୱରେ ଅଛନ୍ତି. ଏହି ଦାୟିତ୍ୱ ପ୍ରତି ତାଙ୍କର କୌଣସି ଆଗ୍ରହ ନଥିବା ଜଣାପଡୁଛି. ଯେତେବେଳେ ଯାହା ଅସୁବିଧା କିମ୍ବା ଅବ୍ୟବସ୍ଥା ସମ୍ପର୍କରେ ତାଙ୍କୁ ପଚାରିଲେ ତାଙ୍କର ଉତ୍ତର ହେଲା, ମୁଁ କିଛି ଜାଣି ନାହିଁ ବୁଝିକି କହିବି.ଏଣୁ ଚିକିତ୍ସାଳୟ କାହା ନିୟନ୍ତ୍ରଣ ରେ ଚାଲୁଛି କିଛି ଜଣାପଡୁନାହିଁ.
ବହିର୍ବିଭାଗ ପଛରେ ଏକ ଷ୍ଟୋର ରୁମ ରହିଛି.କେତେକ ବାହ୍ୟ ଉତ୍ସ କର୍ମଚାରୀ ଏହି ଷ୍ଟୋର ରୁମକୁ ନିଜ ହେପାଜତ କି ନେଇ ସବୁଦିନ ସେଠାରେ ମଉଜ ମଜ ଲିସ କରୁଥିବା ବେଳେ ବିଦ୍ୟୁତ ପଙ୍ଖା ଦିନରାତି 24ଘଣ୍ଟା ଧରି ଘୁରୁଛି. ଏପରି ଅବ୍ୟବସ୍ଥା କିପରି ଦୂର ହେବ ତାହା ଆମ ଲୋକଙ୍କ ସରକାର କେବଳ ସିନା କହି ପାରିବେ.















