ଖୋରଧା -ଜଟଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ୨୦୨୫–୨୬ ଆର୍ଥିକ ବର୍ଷରେ ଟିକେଟ ଯାଞ୍ଚ କାର୍ଯ୍ୟ ମାଧ୍ୟମରେ ସର୍ବାଧିକ ରାଜସ୍ୱ ଆଦାୟ କରିଥିବା ଟିକେଟ ଯାଞ୍ଚ କର୍ମଚାରୀ ମାନଙ୍କୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠା ଓ ରାଜସ୍ୱ ସଂଗ୍ରହରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଖୋର୍ଦ୍ଧାରୋଡ଼ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅନିଲ କୁମାର ଏସ୍.ସମ୍ବର୍ଦ୍ଧିତ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଟିକେଟ ଯାଞ୍ଚ କାର୍ଯ୍ୟରେ ସେମାନଙ୍କ ନିଷ୍ଠା, ସଚ୍ଚୋଟତା ଓ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଥିଲେ ।

















