କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ ସହ ଡାକ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ

୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖଣ୍ଡପଡା :-> ବର୍ଷ ବର୍ଷର ଦାବି ପୂରଣ ହେବାର ଆଶାକୁ ଉଜ୍ଜୀବିତ କଲେ କେନ୍ଦ୍ରରେଳ ଚଳାଚଳ, ଡାକ, ଦୂର ସଂଚାର, ସୂଚନା ଓ଼ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ l ଜଗନ୍ନାଥଙ୍କ ଆଦିପୀଠ ନୟାଗଡ଼ ଜିଲ୍ଲା କଣ୍ଟିଲୋକୁ ରେଳ ସଂଯୋଗ କରିବା ନେଇ ଡାକ ବିଭାଗ ପକ୍ଷରୁ କଣ୍ଟିଲୋ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନେଇ ରେଳ ମନ୍ତ୍ରୀଙ୍କ ଗ୍ରୀନ ସିଗନାଲ l ଏହାକୁ ଶୁଣି ସ୍ଥାନୀୟ ଅଞ୍ଚଳରେ ନାହିଁ ନଥିବା ଖୁସି l

ବର୍ଷ ବର୍ଷ ଧରି କଣ୍ଟିଲୋ ଜଗନ୍ନାଥଙ୍କ ଆଦିପୀଠକୁ ରେଳସଂଯୋଗ ପାଇଁ ଦାବି ହୋଇ ଆସୁଛି l କଣ୍ଟିଲୋକୁ ରେଳସଂଯୋଗ ହେଲେ ଜଗନ୍ନାଥଙ୍କ ଆଦିପୀଠକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବା ସହ ସ୍ଥାନୀୟ ଅଞ୍ଚଳର ବିକାଶ ହେବ l କଣ୍ଟିଲୋକୁ ରେଳ ସଂଯୋଗ ନଥିବାରୁ ରାଜ୍ୟ ଏବଂ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟନ ନାହିଁ ନଥିବା ହଇରାଣ ହେଉଛନ୍ତି l ତେବେ ଏହି ଦାବିକୁ ରେଳ ମନ୍ତ୍ରୀ ଶୁଣିବା ସହ କଣ୍ଟିଲୋକୁ ରେଳ ଯୋଗାଯୋଗ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ସଭାରେ ଘୋଷଣା କରିଛନ୍ତି l

ଏପରିକି ଖୋର୍ଦ୍ଧା -ବଲାଙ୍ଗୀର ରେଳପଥରୁ କିପରି କଣ୍ଟିଲୋକୁ ରେଳ ସଂଯୋଗ କରାଯିବ ତାହାର ନକ୍ସା ପ୍ରସ୍ତୁତ ସରିଥିବା ମଧ୍ୟ ଘୋଷଣା କରିଛନ୍ତି l ସଭାରେ ନକ୍ସା ଧରି ଲୋକଙ୍କୁ ଦେଖାଇଛନ୍ତି l ଏହି ଘୋଷଣା ପରେ ରେଳ ସଂଯୋଗ ହେବା ନେଇ ଆଶା ଉଜ୍ଜୀବିତ ହୋଇଛି l ସ୍ଥାନୀୟ ଲୋକେ ଏହାକୁ ଶୁଣି ବେଶ ଖୁସି ପ୍ରକଟ କରିଛନ୍ତି l

ଡାକ ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସଭାରେ ଯୋଗଦେବା ସହ ଡାକ ବିଭାଗର ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ପୁରସ୍କୃତ କରିଥିଲେ l ତେବେ ଏହି ସଭାରେ ଯୋଗଦେବା ପୂର୍ବରୁ କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିଥିଲେ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ l ଠାକୁରଙ୍କୁ ଦର୍ଶନ ସହ ଏହି ପୀଠର ବିକାଶ ନେଇ ସେବାୟତଙ୍କ ସହ ଆଲୋଚନା କରିଥିଲେ l ପରେ ମନ୍ଦିରରେ ସେବାୟତ ମାନଙ୍କ ସହ ପ୍ରସାଦ ସେବନ କରିଥିଲେ l

ତାପରେ ଖଣ୍ଡପଡାସ୍ଥିତ ପଠାଣି ସାମନ୍ତ କଲ୍ୟାଣ ମଣ୍ଡପଠlରେ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ଆସନ୍ତା 2024 ସାଧାରଣ ନିର୍ବାଚନ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ କରି ଯୋଜନାଗୁଡିକୁ ଘରେ ଘରେ ପହଞ୍ଚାଇବା ପାଇଁ ଉପସ୍ଥିତ ଶତାଧିକ ପୁରୁଷ ଓ଼ ମହିଳା କର୍ମକର୍ତ୍ତମାନଙ୍କୁ ପରାମର୍ଶ ଦେଇଥିଲେ !















