No Result
View All Result
୧୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଓଡ଼ିଶା ର ପ୍ରଖ୍ୟାତ ନାଟ୍ୟାନୁଷ୍ଠାନ ନାଟ୍ୟ ଚେତନା ର ୨୪ତମ ଲୋକ ନାଟ୍ୟ ମେଳା ଖୋର୍ଦ୍ଧା ସିଆଳି ସ୍ଥିତ ନାଟ୍ୟଗ୍ରାମ ପରିସରରେ ଆରମ୍ଭ ହୋଇଛି । ନଭେମ୍ବର ୧୯ତାରିଖ ଠାରୁ ନଭେମ୍ବର ୧୪ତାରିଖ ପର୍ଯ୍ୟନ୍ତ ଏହି ନାଟ୍ୟ ମେଳା ରେ ଦେଶ ଓ ବିଦେଶର ବହୁ ନାଟ୍ୟ ଦଳ ସେମାନଙ୍କ ର ନାଟକ ପରିବେଷଣ ର କାର୍ଯ୍ୟ କ୍ରମ ରହିଛି । ପ୍ରଥମ ଦିନ ଅପରାହ୍ନ ରେ ଏକ ଥିଏଟର୍ ମାର୍ଚ୍ଚ ନାଟ୍ୟଗ୍ରାମ ରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ଥିଲା । ସନ୍ଧ୍ୟା ରେ କାର୍ଯ୍ୟକ୍ରମ ର ଉଦ୍ଘାଟନ ପରେ ନେପାଳୀ ନାଟକ ଅଭିନଦ୍ଧ ଓ ଓଡ଼ିଆ ଏକକ ନାଟକ ରେବତୀ -ସେଵତୀ-ଏଵତୀ ମନ୍ଚସ୍ଥ ହୋଇଥିଲା ।
୨ୟ ସନ୍ଧ୍ୟା ରେ ନାଟ୍ୟ ଚେତନା ର ନାଟକ ସୀମା, ବଙ୍ଗଳା ନାଟକ ହାରିଏ ଗାଛେ ମା , ଏକକ ବଙ୍ଗଳା ନାଟକ ସାବିତ୍ରୀ ଫୁଲେ ,୩ୟ ସନ୍ଧ୍ୟାରେ ବଙ୍ଗଳା ନାଟକ ପ୍ରବାହିତ କାଦମ୍ବିନୀ, ଆଦି ବାସୀ ନାଟକ ଗୁମୁରି କାନ୍ଦୁଛି ଗୁମୁରି ମାହା,୫ମ ସନ୍ଧ୍ୟାରେ ଵାଜିରାଉତ ଛାତ୍ରାବାସ, ଅନୁଗୋଳ ର ଓଡ଼ିଆ ନାଟକ ମୁକ୍ତିଧାରା ଏବଂ ବାଜି ମାରି ନେଲା ବାଜି ମଞ୍ଚ ସ୍ଥ ହେବ । ଅନ୍ତିମ ସନ୍ଧ୍ୟାର ଆର୍ଟ, ଢେଙ୍କାନାଳ ର ନାଟକ ସିଡି ,
ଵାଜିରାଉତ ଛାତ୍ରାବାସ, ଅନୁଗୋଳ ର ନାଟକ ସୂର୍ଯ୍ୟ ନମସ୍କାର ମଞ୍ଚ ସ୍ଥ ହେବାକୁ ଥିବାବେଳେ ୧୨ତାରିଖ ଦିନ ଦୀପାବଳୀ ଅବସରରେ ନାଟକ ପ୍ରଦର୍ଶନ ବନ୍ଦ ରହିବା ବୋଲି ଜଣାଯାଇଛି । ବିଭିନ୍ନ ଦିବସରେ ନାଟ୍ୟଗ୍ରାମ ପରିସରରେ ନାଟକ କର୍ମଶାଳା,ନାଟ ହାଟ, ଆଲୋଚନାଚକ୍ର ଓ ଛୋଟ ନାଟକ ପରିବେଷଣ ହେବ । କାର୍ଯ୍ୟକ୍ରମ କୁ ସାମଗ୍ରିକ ଭାବେ ପରିଚାଳନା କରୁଛନ୍ତି ନାଟ୍ୟ ଚେତନା ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଏବଂ ବିଶିଷ୍ଟ ମଞ୍ଚ ଅଭିନେତ୍ରୀ ସୁଜାତା ପ୍ରିୟମ୍ବଦା ।
No Result
View All Result