No Result
View All Result
୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମ ରେ ସନ୍ଦିଗ୍ଧ ଅବସ୍ଥାରେ ଟ୍ରେନ୍ କୁ ଅପେକ୍ଷାରତ ଅବସ୍ଥାରେ ଛିଡା ହୋଇଥିବା ଦୁଇଜଣ ଯୁବକଙ୍କ ଠାରୁ ଖୋର୍ଦ୍ଧାରୋଡ଼ ଆରପିଏଫ ଏବଂ ଜିଆରପି ପକ୍ଷରୁ ମିଳିତ ପାଟ୍ରୋଲିଂ ହେଉଥିବା ବେଳେ ୫୦ କିଲୋ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି I

ଗିରଫ ଅଭିଯୁକ୍ତ ଯୁବକ ମାନେ ହେଲେ ଯଥାକ୍ରମେ ବିହାର ରାଜ୍ଯ ମୁଙ୍ଗେର ଜିଲ୍ଲାର ବିଶାଲ କୁମାର (୩୫) ଏବଂ ବିକାଶ କୁମାର (୩୦) ବୋଲି ଜଣାପଡିଛି l ଜେରା ସମୟରେ ସେମାନେ ଉକ୍ତ ଗଞ୍ଜେଇକୁ ସ୍ଵତନ୍ତ୍ର ଏଜେଣ୍ଟ ମାଧ୍ୟମରେ କନ୍ଧମାଳ ଅଞ୍ଚଳରୁ ଆଣିବା ପରେ ଏମାନେ ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଗୟା ନେବା ପାଇଁ ଯୋଜନା କରିଥିବା ପ୍ରକାଶ କହିଥିଲେ l
ଏ ନେଇ ଜିଆରପି ଥାନାରେ ୧୧୭/୨୩ ରେ ଏକ ମାମଲା ରୁଜୁ କରାଯାଇ ଆସାମୀଙ୍କୁ କୋର୍ଟ୍ ଚାଲାଣ କରାଯାଇଥିବା ଜିଆରପି ଥାନା ଅଧିକାରୀ ଧରଣୀଧର ପ୍ରଧାନ କହିଛନ୍ତିlଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୫ଲକ୍ଷ ଟଙ୍କା ହେବ ବୋଲି ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି l

No Result
View All Result