No Result
View All Result
୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ନିଆରା ଢଙ୍ଗରେ ସମାଜକୁ ବାର୍ତ୍ତା ଦେଇଛନ୍ତି ପଶୁପ୍ରେମୀ ଅବସର ପ୍ରାପ୍ତ ପୋଲିସ୍ ଅଧିକାରି କୈଳାସ ବେହେରା । ଶ୍ରୀ ବେହେରା ୨୦୧୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଜନ୍ମଗ୍ରହଣ କରିଥିବା ଏକ ପୋଷା କୁକୁରକୁ ଘରକୁ ଆଣି ପୋଷିଥିଲେ। ଯାହାର ନାମ ଥିଲା ମୋତି । କୌଣସି କାରଣରୁ ମୋତିର ଗତମାସ ୩୦ ତାରିଖ ଦିନ ଅକାଳ ମୃତ୍ୟୁ ଘଟିଛି। ଆଜି ବୁଧବାର ଥିଲା ମୋତିର ଏକା ଦଶାହ ।

ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ୍ ନିବାସୀ ଅବସର ପ୍ରାପ୍ତ ପୋଲିସ୍ ଅଧିକାରି କୈଳାସ ବେହେରା ଏହି ପରିପ୍ରେକ୍ଷୀରେ ସମାଜକୁ ଏକ ନୂତନ ବାର୍ତ୍ତା ଦେଇଛନ୍ତି।ସେ କହିଛନ୍ତି ମୋତି ଏକ ପଶୁ ହେଲେ ମଧ୍ୟ ତା’ଠାରେ ଏତେ ପ୍ରେମମୟ ହୃଦୟ ଥିବା ଦେଖି ଆମେ ତା’ର ପ୍ରେମରେ ବାନ୍ଧି ହୋଇ ଯାଇଥିଲୁ,ଏବଂ ତା’ଠାରୁ ଆମେ ପଶୁ ପ୍ରେମୀ ହେବାର ପ୍ରେରଣା ମଧ୍ୟ ପାଇଛୁ ।

ଆଜିକା ଦିନରେ ଆମେ ସମସ୍ତେ ପଶୁ,ପକ୍ଷୀ ପ୍ରେମୀ ହୋଇ ନିଜ,ନିଜ ଘରେ ଗାଈ,ଗୋରୁ ପାଳନ ସହିତ ଅବୋଲା ଜନ୍ତୁ ବା’ ପଶୁ,ପକ୍ଷୀ ମାନଙ୍କୁ ଖାଦ୍ୟ, ପେୟ ଦେବା ଉଚିତ୍ । ଆଜି ଶ୍ରୀ ବେହେରାଙ୍କ ପାଳିତ କୁକୁର “ମୋତି”ର ମୃତ୍ୟୁ ପରେ ଭାବ ବିହ୍ୱଳ ହେବା ସହ ଗ୍ରାମ୍ୟ ଦେବୀ ନାରାୟଣୀଙ୍କ ପୀଠରେ ଦଶାହ କାର୍ଯ୍ୟ ପାଳନ କରିଥିଲେ ।

ଯେଉଁଥିରେ “ମୋତି”ର ସମାଧି ସ୍ଥଳରେ ଧୂପ,ଦୀପ ଓ ପୁଷ୍ପମାଲ୍ୟ ଅର୍ପଣ କରି ଅମର ଆତ୍ମାର ସଦଗତୀ କାମନା କରିବା ସହିତ ପ୍ରସାଦ ସେବନ ବ୍ୟବସ୍ଥା କରଯାଇଥିଲା । ଏହି କାର୍ଯକ୍ରମରେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ ଛୋଟରାୟଙ୍କ ସମେତ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପଶୁ ପ୍ରେମୀ ହୃଷୀକେଶ ବଡ଼ଜେନା,ରାଜ କିଶୋର ପ୍ରଧାନ,ଗଦାଧର ରାଉତରାୟ, ସର୍ବେଶ୍ଵର ବେହେରା, ରବୀନ୍ଦ୍ର ରାଉତ, ଗୁଣ୍ଡିଚା ରାଉତରାୟ, ରଧାଶ୍ୟାମ ରାଉତରାୟ ପ୍ରମୁଖ ଶତାଧିକ ଲୋକ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଅମର ଆତ୍ମାର ସଦ୍ଗତୀ କାମନା କରିଥିଲେ ।

No Result
View All Result