No Result
View All Result
୦୮ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ଆଗାମୀ ଦୀପାବଳୀ ଉତ୍ସବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧାରୋଡ଼ ରେଲ ମଣ୍ଡଳ ପକ୍ଷରୁ ଟ୍ରେନରେ ଅଗ୍ନିକାଣ୍ଡ ରୋକିବା ପାଇଁ ସ୍ବତନ୍ତ୍ର ସୁରକ୍ଷା ଅଭିଯାନ। ଦୀପାବଳୀ ରେ ଆତସବାଜି ଓ ଫଟକା,ଗ୍ୟାସ୍ ସିଲିଣ୍ଡର,ଏସିଡ୍, ପେଟ୍ରୋଲ୍, କିରୋସିନି ଇତ୍ୟାଦି ଦହନଶୀଳ ପଦାର୍ଥ ପରିବହନ ଉପରେ କଡା ସଜାଗ ରହିବାକୁ ଖୋର୍ଦ୍ଧାରୋଡ୍ ରେଲ୍ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।

ସରକାରୀ ରେଳ ପୋଲିସ (ଜିଆରପି), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ସିଭିଲ୍ ଡିଫେନ୍ସ ସ୍ବେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରି ରେଳବାଇ ଅଧିକାରୀଙ୍କ ଦ୍ଵାରା,ପାର୍ସଲ୍ ଭ୍ୟାନ୍ ମାନଙ୍କରେ କିମ୍ବା ଲଗେଜ୍ ଲୋଡିଂ ସମୟରେ ବିସ୍ଫୋରକ ସାମଗ୍ରୀର କଡାକଡି ଯାଞ୍ଚ କରାଯାଉଛି। ଟ୍ରେନ୍ ଏବଂ ଷ୍ଟେସନରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ଉପଲବ୍ଧତା ମଧ୍ୟ ସୁନିଶ୍ଚିତ କରାଯାଉଛି। ପାୱାର କାର, ପ୍ୟାଣ୍ଟ୍ରି କାର ଏବଂ କୋଚରେ ପ୍ରଦତ୍ତ ଧୂଆଁ ଏବଂ ଅଗ୍ନି ଚିହ୍ନଟ ଆଲାର୍ମ ସିଷ୍ଟମର କାର୍ଯ୍ୟକାରିତା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

ଟ୍ରେନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରର କାର୍ଯ୍ୟକାରୀ ବିଷୟରେ ପରାମର୍ଶ ଦିଆଯାଉଅଛି । ଏହା ବ୍ୟତୀତ ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛି, ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ବିସ୍ଫୋରକ ଜିନିଷ ସାଙ୍ଗରେ ପରିବହନ ନ’କରିବା ସହ ସେମାନଙ୍କ ସହ-ଯାତ୍ରୀମାନଙ୍କୁ ଜ୍ୱଳନ୍ତ କିମ୍ବା ବିସ୍ଫୋରକ ଜିନିଷ ଟ୍ରେନରେ ବହନ ନ’କରିବାକୁ ପରାମର୍ଶ ଦିଆଯାଉଛି ।

ଯାତ୍ରୀମାନେ ଟ୍ରେନ୍ ଚଳାଚଳ ସମ୍ବନ୍ଧୀୟ କୌଣସି ଦହନଶୀଳ ପଦାର୍ଥ ବିଷୟରେ ଜଣାଇବାକୁ ହେଲେ,ହେଲ୍ପ ଲାଇନ୍ ନମ୍ବର ୧୩୯ କୁ ଫୋନ କଲ କରିପାରିବେ । ଖୋର୍ଦ୍ଧାରୋଡ଼ ମଣ୍ଡଳର ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ୍ ବାଜୱା ଟ୍ରେନ୍ ଏବଂ ଷ୍ଟେସନରେ ଜ୍ୱଳନ୍ତ ସାମଗ୍ରୀ ବହନ ନ’କରିବା ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବାକୁ ରେଲୱେର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।


No Result
View All Result